ନୂଆଦିଲ୍ଲୀ,୨୪।୨: ଆଗାମୀ ଲୋକସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି (ଆପ୍) ଏବଂ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ହୋଇଛି । ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ମିଳିତ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି । ଦିଲ୍ଲୀରେ ଉଭୟ ଦଳ ଏକାଠି ନିର୍ବାଚନ ଲଢ଼ିବେ। ଆମ୍ ଆଦମୀ ପାର୍ଟି ୪ ଟି ଆସନରେ ନିର୍ବାଚନ ଲଢ଼ିବ ଏବଂ କଂଗ୍ରେସ ୩ ଟି ଆସନରେ ଲଢ଼ିବ ।ଗୁଜରାଟରେ କଂଗ୍ରେସ ୨୬ ଟି ଆସନରୁ ୨୪ ଟି ଆସନରେ ଲଢ଼ିବ ଏବଂ ଆମ୍ ଆଦମୀ ପାର୍ଟି ୨ ଟି ଆସନରେ ଲଢ଼ିବ । ହରିୟାଣାରେ କଂଗ୍ରେସ ୯ ଟି ଆସନରେ ଏବଂ ଆମ୍ ଆଦମୀ ପାର୍ଟି ଗୋଟିଏ ଆସନରେ ନିର୍ବାଚନ ଲଢ଼ିବ । ଚଣ୍ଡିଗଡ଼ରେ କେବଳ କଂଗ୍ରେସ ହିଁ ନିର୍ବାଚନ ଲଢ଼ିବ ଏବଂ ଗୋଆରେ କେବଳ କଂଗ୍ରେସ ପ୍ରାର୍ଥୀଙ୍କୁ ପ୍ରାର୍ଥୀ କରାଯିବ । ପଞ୍ଜାବରେ ଉଭୟ ଦଳ ଅଲଗା ଅଲଗା ନିର୍ବାଚନ ଲଢ଼ିବେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |