ଅହମଦାବାଦ,୨୫।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ଗସ୍ତରେ ଅଛନ୍ତି। ଲୋକାର୍ପିତ ହୋଇଛି ଦେଶର ସବୁଠାରୁ ବଡ କେବୁଲ ବ୍ରିଜ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି(ରବିବାର) ଦେଶବାସୀଙ୍କ ପାଇଁ ଗୁଜୁରାଟର ଦ୍ବାରକାରେ ସୁଦର୍ଶନ ସେତୁର ଉଦଘାଟନ କରିଛନ୍ତି। ଏହା ମୋଦୀଙ୍କର ଡ୍ରିମ୍ ପ୍ରୋଜେକ୍ଟ ମଧ୍ୟରୁ ଅନ୍ୟତନ। ଗୁଜୁରାଟର ଓଖା ମେନ୍ ଲ୍ୟାଣ୍ଡରୁ ବେଟ୍ ଦ୍ବାରକା ଦ୍ବୀପକୁ ସଂଯୋଗ କରିବ। ପ୍ରାୟ ଅଢେଇ କିଲୋମିଟର ଏହି ପୋଲ ପାଇଁ ପ୍ରାୟ ୯୮୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୨୦୧୭ ମସିହାରେ ଏହି ପୋଲର ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ପ୍ରଧାନମନ୍ତ୍ରୀ। ୭ ବର୍ଷ ପରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଏହି ପୋଲଟି ପୁରାତନ ଓ ଆଧୁନିକ ଦ୍ବାରକାକୁ ପରସ୍ପର ସହ ସଂଯୋଗ କରିବ। ଦ୍ବାରକା ଜିଲ୍ଳାର ୨୧ଟି ଭୂଖଣ୍ଡ ରହିଥିବାବେଳେ ବେଟ୍ ଦ୍ବାରକା ଦ୍ବୀପରେ ଜନ ବସତି ରହିଛି । ଏବଂ ଏଠାରେ ୧୨ ହଜାର ଲୋକ ବାସ କରନ୍ତି। କିମ୍ବଦନ୍ତୀ ଅନୁଯାୟୀ ଭଗବାନ୍ ଶ୍ରୀକୃଷ୍ଣ ବେଟ୍ ଦ୍ବାରକାରେ ରହୁଥିଲେ। ଶ୍ରୀକୃଷ୍ଣଙ୍କ ଭୁମିକାରେ ଏହି ପୋଲ ନିର୍ମାଣ କରାଯାଇଥିବାରୁ ଏହାକୁ ସୁଦର୍ଶନ ସେତୁ ଭାବରେ ନାମକରଣ କରାଯାଇଛି। ଏହା ଓଖା ସହିତ ଦ୍ୱାରକା ଦ୍ୱୀପକୁ ସଂଯୋଗ କରିବ। ପ୍ରାୟ ୯୮୦ କୋଟି ଟଙ୍କା ବ୍ୟୟରେଏହା ନିର୍ମିତ ହୋଇଛି। ଦ୍ୱାରକାଧିଶ ମନ୍ଦିର ପରିଦର୍ଶକମାନଙ୍କ ପାଇଁ ଏହି ସେତୁ ଗୁରୁତ୍ୱପୂର୍ଣ୍ଣ ମାର୍ଗ ପ୍ରମାଣିତ ହେବ।ଓଖା ମେନଲ୍ୟାଣ୍ଡ୍କୁ ବେଟ୍ ଦ୍ୱାରକା ଦ୍ୱୀପକୁ ସଂଯୋଗ କରୁଥିବା ସୁଦର୍ଶନ ବ୍ରିଜ୍ ଏହି ଅଞ୍ଚଳର ସଂଯୋଗ ପାଇଁ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ। ସୁଦର୍ଶନ ସେତୁ ହେଉଛି ଭାରତର ଦୀର୍ଘତମ କେବୁଲ ସ୍ଥାୟୀ ସେତୁ। ଏଥିରେ ଫୁଟପାଥର ଉପର ଭାଗରେ ସୌ ର ପ୍ୟାନେଲ ଲଗାଯାଇଛି, ଯାହା ଏକ ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ କରିବାକୁ ସକ୍ଷମ ହେବ। ଚାରି ଲେନ ବିଶିଷ୍ଟ ସେତୁର ଉଭୟ ପାର୍ଶ୍ୱରେ ୫୦ମିଟର ଚଉଡା ଫୁଟପାଥ ଅଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |