ଗଛରେ ପିଟି ହେଲା ବୋଲେରୋ, ୩ ଜଣଙ୍କ ମୃତ୍ୟୁ

କେନ୍ଦ୍ରାପଡା,୨୬।୨ : କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଗଣ୍ଡାକିଆ କେନାଲ ରାସ୍ତ ରାସ୍ତାର ଓସ୍ତପୁର ଠାରେ ବୋଲେରୋ ଗାଡି ସୋମବାର ସକାଳେ ଦୁର୍ଘଟଣାଗସ୍ତ ହୋଇଛି। ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତାହତଙ୍କ ପରିଚୟ ମିଳିନାହିଁ। ସମସ୍ତେ ମଞ୍ଚ କଳାକାର ବୋଲି ଜଣାଯାଇଛି। ଆହତମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ମୃତକମାନେ ମହିଳା ବୋଲି ଜଣାଯାଇଛି।ଏଥିସହିତ ନରଣପୁର ଗ୍ରାମର ଉତମ କୁମାର ସ୍ବାଇଁ, ଉତ୍କଳ କୁମାର ସ୍ବାଇଁ, କଟକ ଜିଲା ନେମାଳ ଗ୍ରାମର କୁସୁମ ଆଚାର୍ଯ୍ୟ ଓ ରୁବି ଗୁରୁତର ହୋଇଛନ୍ତି। ଜିଲା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତରଙ୍କ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଆଜି ସକାଳେ ନରଣପୁରରୁ ଡ୍ରାମା ରିହରସାଲ୍ ସାରି ବୋଲେରୋ ଯୋଗେ ନିଜ ଗାଁକୁ ଫେରୁଥିଲେ କଳାକାର। ଏହି ସମୟରେ ଓସ୍ତପୁର ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ୩ ଜଣ କଳାକାରଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ତାନାନ୍ତର କରାଯାଇଛି।ଗାଡ଼ି ଭିତରେ ୭ ଜଣ କଳାକାର ଥିଲେ। ସେମାନଙ୍କ ମଧ୍ୟରେ ୫ଜଣ ମହିଳା ଓ ୨ ଜଣ ପୁରୁଷ ଥିବା ଜଣାଯାଇଛି।  ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। ଡ୍ରାଇଭରର ଆଖି ଲାଗିଯିବା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!