INLD ହରିଆଣା ମୁଖ୍ୟ ନାଫେ ସିଂହ ରାଠୀଙ୍କୁ ଗୁଳିକରି ହତ୍ୟା

ଚଣ୍ଡିଗଡ଼,୨୬।୨ : ଇଣ୍ଡିଆନ ନ୍ୟାସନାଲ ଲୋକ ଦଳ ବା ଆଇଏନଏଲଡି ରାଜ୍ୟ ସଭାପତି ତଥା ବାହାଦୂରଗଡର ପୂର୍ବତନ ବିଧାୟକ ନାଫେ ସିଂ ରାଠୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ରବିବାର ତାଙ୍କ ଉପରକୁ ଆଖିବୁଜା ଗୁଳି ଚାଳନା କରାଯାଇଥିଲା। ଆକ୍ରମଣ ପରେ ତାଙ୍କୁ ଆହତ ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ସହ ଗାଡିରେ ଯାତ୍ରା କରୁଥିବା ରାଠୀଙ୍କ ଜଣେ ସାଥୀଙ୍କର ମଧ୍ୟ ଏହି ଘଟଣାରେ ମୃତ୍ୟୁ ହୋଇଛି। ତାଙ୍କ ଗାଡି ବରାହି ଫାଟକ ଦେଇ ଯାଉଥିବା ବେଳେ ଏହି ଆକ୍ରମଣ ହୋଇଥିଲା ଏବଂ ତାଙ୍କ ଗାଡିରେ ଏକାଧିକ ଗୁଳି ବାଜିଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!