ଛତିଶଗଡ଼ ବିଜାପୁରରେ ଏନକାଉଣ୍ଟର ,୪ ନକ୍ସଲ ନିହତ

ମାଲକାନଗିରି,,୨୭।୨: ଛତିଶଗଡ଼ ବିଜାପୁର ଜିଲ୍ଲାରେ ଏନକାଉଣ୍ଟରରେ ୪ ମାଓବାଦୀ ପ୍ରାଣ ହରାଇଥିବା ଜଣାଯାଇଛି। ଜାଂଗଲା ଥାନା ଅନ୍ତର୍ଗତ ଛୋଟେ ତୁଙ୍ଗାଲି ଜଂଗଲରେ ଯବାନଙ୍କ ଗୁଳିରେ ୪ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ମୃତ ମାଓବାଦୀମାନଙ୍କ ଶବ ଉଦ୍ଧାର କରାଯାଇଛି। ଏହାଛଡ଼ା ଘଟଣାସ୍ଥଳରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଛି।  ଏନକାଉଣ୍ଟରରେ ୪ ନକ୍ସଲ ନିହତ। ଛତିଶଗଡ଼ ବିଜାପୁରରେ ହୋଇଛି ଏନକାଉଣ୍ଟର। ମିର୍ତୁର ଥାନାଠାରୁ ୧୪ କିମି ଦୂର ପୋମରା ଜଙ୍ଗଲରେ ଏନକାଉଣ୍ଟର ହୋଇଛି।୫୦ ନକ୍ସଲ ଏକାଠି ନକ୍ସଲ ଉନ୍ନୟନ ମୂଳକ କାମ ଉପରେ ବଡ଼ଧରଣର ଆକ୍ରମଣ ଯୋଜନା କରୁଥିବା ବେଳେ ସ୍ପେସାଲ ଟାସ୍କ ଫୋର୍ସ ସହ ମାଓବାଦୀଙ୍କ ଗୁଳି ବିନିମୟ ହୋଇଥିଲା। ଏଥିରେ ୪ ମାଓବାଦୀ ନିହତ ହୋଇଥିବା ବସ୍ତର ଆଇଜି ସୂଚନା ଦେଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!