ନୂଆଦିଲ୍ଲୀ,୨୭।୨: ନାଗରିକତା ସଂଶୋଧନ ଆଇନ ମାର୍ଚ୍ଚ ମାସର ପ୍ରଥମ ସପ୍ତାହରେ ଲାଗୁ ହେବ । ସରକାରୀ ସୂତ୍ର ମୁତାବକ ଆଗାମୀ ମାସର ପ୍ରଥମ ସପ୍ତାହରେ ସିଏଏର ନିୟମ ଲାଗୁ କରାଯାଇପାରେ । ଏକ ବିଶେଷ ସୂତ୍ର ମୁତାବକ ମାର୍ଚ୍ଚର ପ୍ରଥମ ସପ୍ତାହ ବା ଏହାପରେ ଯେକୌଣସି ଦିନ ସିଏଏର ନିୟମ ଲାଗୁ କରାଯିବ । ନିୟମ ଲାଗୁ ହେବା ସହ ସିଏଏ ଆଇନ ମଧ୍ୟ ଲାଗୁ କରାଯିବ । ସରକାରୀ ଉଚ୍ଚ ପଦସ୍ତ ସୂତ୍ର କହିଛନ୍ତି ଯେ, ସିଏଏ ଲାଗୁ କରିବା ପାଇଁ ସଠିକଭାବେ ପୋର୍ଟାଲ ପ୍ରସ୍ତୁତ ହୋଇସାରିଛି ।ସିଏଏ ଆଇନ ଅର୍ଥାତ ନାଗରିକାତା ସଂଶୋଧନ ଆଇନ ୨୦୨୯ ତିନି ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ଥାନ ଏବଂ ବାଲାଂଦେଶର ସେହି ସଂଖ୍ୟାଲଘୁଙ୍କୁ ଭାରତୀୟ ନାଗରିକାତା ଦେବା ଲାଗି ରାସ୍ତା ଖୋଲୁଛି । ଏହି ନିୟମ ସେହିମାନଙ୍କ ପାଇଁ ଯେଉଁମାନେ ବହୁ ସମୟରୁ ଭାରତରେ ଶରଣ ନେଇଛନ୍ତି ।ଏହି ଆଇନରେ ଯେକୌଣସି ଭାରତୀୟ ଯେକୌଣସି ଧର୍ମର ହୋଇଥିଲେ ମଧ୍ୟ, ତାଙ୍କ ଠାରୁ ନାଗରିକତା କେହି ଛଡାଇ ପାରିବେ ନାହିଁ ।ମାର୍ଚ୍ଚ ମାସ ପ୍ରଥମ ସପ୍ତାହରୁ ଏହା ଦେଶରେ ଲାଗୁ ହେବ ବୋଲି କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। କିନ୍ତୁ ଏଥିରେ ଥିବା ନିୟମ ଓ ବ୍ୟବସ୍ଥା ସମ୍ପର୍କରେ ଏଯାଏ କିଛି ବି ଜଣାପଡ଼ି ନାହିଁ। ରିପୋର୍ଟରେ କେବଳ କୁହାଯାଇଛି ଯେ ଆସନ୍ତା ମାସରୁ ସିଏଏ ଲାଗୁ ହୋଇପାରେ। ପ୍ରଥମ ଦଫାରେ ୩ଟି ଦେଶରେ ଧାର୍ମିକ ନିର୍ଯାତନା ସହି ନ ପାରି ଶରଣାର୍ଥୀ ଜୀବନ କାଟୁଥିବା ଲୋକଙ୍କୁ ତତ୍କାଳ ବା ଫାଷ୍ଟଟ୍ରାକ ନିୟମ ଆଧାରରେ ଭାରତର ନାଗରିକତା ପ୍ରଦାନ କରାଯିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |