ଆଜି ପ୍ରବାଦ ପୁରୁଷବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ

ଭୁବନେଶ୍ୱର,୫।୩: ଆଜି ବିଜୁ ଜୟନ୍ତୀ ତଥା ରାଜ୍ୟ ପଞ୍ଚାୟତିରାଜ ଦିବସ। ୧୯୧୬ ମସିହା ମାର୍ଚ୍ଚ ୫ ଅର୍ଥାତ୍ ଆଜିର ଦିନରେ କଟକରେ ଜନ୍ମ ଗ୍ରହଣ କରିଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକ । ଆଜି ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜନ୍ମ ଜୟନ୍ତୀ। ୧୯୬୧ ମସିହାରୁ ୧୯୬୩ ଯାଏଁ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ପରେ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ପୁଣି ମୁଖ୍ୟମନ୍ତ୍ରୀ ବନିଥିଲେ । କେନ୍ଦ୍ରରେ କେଇଲା ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି ବିଜୁ ପଟ୍ଟନାୟକ।ଭୁବନେଶ୍ୱର: ମହାନ୍‌‌ ଜନନାୟକ, ରାଷ୍ଟ୍ରବାଦୀ ନେତା, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜନ୍ମ ଦିବସକୁ ଆଜି ରାଜ୍ୟବ୍ୟାପୀ ପାଳନ କରୁଛି ବିଜେଡି। ଓଡ଼ିଆ ଜାତି ତଥା ଓଡ଼ିଶାର ଉତ୍‌ଥାନ ପାଇଁ ସେ ଆଜୀବନ ସଂଘର୍ଷ କରିଥିଲେ। ସେ ଥିଲେ ସାହସୀ, ସ୍ବାଭିମାନୀ, ଯୁଗସ୍ରଷ୍ଟା ଓ ଦୂରଦ୍ରଷ୍ଟା ରାଜନେତା। ୫ ମାର୍ଚ୍ଚ ୧୯୧୬ରେ ଆସିକାରେ ବିଜୁବାବୁ ଜନ୍ମ ହୋଇଥି‌େଲ। ଓଡ଼ିଶାକୁ ଏକ ବିଭବଶାଳୀ ରାଜ୍ୟରେ ପରିଣତ କରିବାପାଇଁ ସ୍ବାଧୀନତା ପରେ ସ୍ବପ୍ନ ଦେଖିଥିଲେ ସେ। ଭୁବନେଶ୍ବରରେ ପ୍ରତିଷ୍ଠା କରିଥିଲେ ଆମ ରାଜ୍ୟର ପ୍ରଥମ ଫ୍ଲାଇଙ୍ଗ୍ କ୍ଲବ୍‌ ଏବଂ ଘରୋଇ ବିମାନସେବା ସଂସ୍ଥା ‘କଳିଙ୍ଗ ଏଆର‌୍‌େଵଜ୍‌’।  ଦଳ ପକ୍ଷରୁ ରାଜ୍ୟର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ, ବ୍ଲକ ଓ ସହରାଞ୍ଚଳରେ ମହାସମାରୋହରେ ପାଳନ କରାଯିବ। ଏହି ଅବସରରେ ଉପସ୍ଥିତ ଦଳର ସମସ୍ତ ସଦସ୍ୟ ଏକ ‘ସମୃଦ୍ଧ, ସଶକ୍ତ, ନବୀନ ଓଡ଼ିଶା’ ଗଠନ ଓ ସମର୍ପିତ ସେବା ନିମନ୍ତେ ସଂକଳ୍ପ ନେବେ।ଏହି ପ୍ରବାଦ ପୁରୁଷଙ୍କ ଜୟନ୍ତୀ ଉପଲକ୍ଷେ ପୁରୀ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ପ୍ରଦର୍ଶନ କରିଛନ୍ତି। ବିଜୁ ଜୟନ୍ତୀ ଉପଲକ୍ଷେ ପୁରୀ ବେଳାଭୂମିରେ ତିଆରି ହୋଇଛି ଆକର୍ଷଣୀୟ ବାଲୁକା କଳା। ବାଲୁକା କଳାକୃତି ମାଧ୍ୟମରେ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତନାମା ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ବିଜୁ ପଟ୍ଟନାୟକଙ୍କ ଏକ ସୁନ୍ଦର ବାଲୁକା ନିର୍ମିତ ପ୍ରତିକୃତି ତିଆରି କରିବା ସହିତ, ଟ୍ରିବ୍ୟୁଟ୍ ଟୁ ଦି ଟଲ୍ ମ୍ୟାନ ବିଜୁ ବାବୁ ଏବଂ କଳିଙ୍ଗର ବୀରପୁତ୍ର ବିଜୁବାବୁ ବୋଲି ଲେଖିଛନ୍ତି ସୁଦର୍ଶନ।ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!