ଆଜି୧୨ ଘଣ୍ଟିଆ ଲଇକେରା ବନ୍ଦ, ଗାଡ଼ି ଚଳାଚଳ ପ୍ରଭାବିତ

ଝାରସୁଗୁଡା, ୫।୩: ଆଜି ଝାରସୁଗୁଡ଼ା ଲଇକେରାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି  ସବ୍‌ଡିଭିଜନ୍ ମାନ୍ୟତା ଦାବିରେ ଆଜି(ମଙ୍ଗଳବାର) ଝାରସୁଗୁଡା ଜିଲ୍ଲା ଲଇକେରାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ ।ଉପକଣ୍ଡ ଦାବି କ୍ରିୟାନୁଷ୍ଠାନ କମିଟି , ଲଇକେରା ଗ୍ରାମବାସୀ, ଅବସରପ୍ରାପ୍ତ କର୍ମଚାରୀ ସଂଘ ଓ ବ୍ଳକ କୃଷକ ସଂଗଠନ ଏହାସହ ବ୍ୟବସାୟୀ ସଂଘ ସମେି ବିଭିନ୍ନ ସଂଗଠନର ନେତୃତ୍ଵରେ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଯୋଗୁଁ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଗାଡି ମୋଟର ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି। ତେବେ ବନ୍ଦରେ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି। ଜିଲ୍ଲା ମୁଖ୍ୟାଳୟରେ କୌଣସି ଉପଖଣ୍ଡ ନଥିବାବେଳେ ଯେକୌଣସି କାମ ପାଇଁ ହେଲେ ଝାରସୁଗୁଡା ଜିଲ୍ଲା ସଦର ମହକୁମାକୁ ଯିବାକୁ ପଡିଥାଏ। ଜିଲ୍ଲା ମୁଖ୍ୟାଳୟରୁ ଲଇକେରା ବ୍ଲକ ୨୬ କିଲୋମିଟର ଦୂରରେ ରହିଥିବାବେଳେ ବ୍ଳକର ଆଭ୍ୟନ୍ତରୀଣ ଅଞ୍ଚଳ ପ୍ରାୟ ୬୫ କିଲୋମିଟରରୁ ଅଧିକ ଦୂର। ସରକାର ଲଇକେରାକୁ ଉପଖଣ୍ଡ ମାନ୍ୟତା ପ୍ରଦାନ ନକଲେ ଆଗାମୀ ଦିନରେ ଭୋଟ୍ ବର୍ଜନ କରିବା ସହ ଦୃଢ ପ୍ରତିବାଦ କରି ନିଜର ଦାବି ହାସଲ କରିବେ ବୋଲି କୁହାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!