ଭୁବନେଶ୍ୱର,୬।୩: ଆଜି ବିଜେପିରେ ଯୋଗ ଦେଇଛନ୍ତି ନାଲ୍କୋର ପୂର୍ବତନ ସିଏମ୍ଡି ତପନ ଚାନ୍ଦ। ରାଜ୍ୟ କାର୍ଯ୍ୟାଳୟରେ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ତପନ ଚାନ୍ଦ ବିଜେପିରେ ଯୋଗ ଦେଇଛନ୍ତି।ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତି ଡ. ଚାନ୍ଦ ପଦ୍ମ ଧରିଥିବା ଜଣାପଡ଼ିଛି । ଡ. ଚାନ୍ଦ ଛାତ୍ର ଜୀବନରୁ ଏବିଭିପି, ଆରଏସଏସ ଓ ବିଜେପି ସହ ଜଡ଼ିତ ରହିଥିଲେ । ସେ ଏବିଭିପି ସମର୍ଥନରେ ଉକ୍ରଳ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।ତେବେ ଗତ ୧୧ ଦିନ ମଧ୍ୟରେ ୪ ବିଧାୟକ ଓ ୮ ଜଣ ପୂର୍ବତନ ବିଧାୟକ ବିଜେପିରେ ସାମିଲ ହୋଇସାରିଛନ୍ତି । ଦଳକୁ ସଶକ୍ତ କରିବା ପାଇଁ ବିଭିନ୍ନ ବର୍ଗର ଲୋକଙ୍କୁ ବିଜେପିରେ ସାମିଲ କରାଯାଉଛି । ମୋଦୀ ଗ୍ୟାରେଣ୍ଟିର ପ୍ରଭାବରେ ପ୍ରଭାବିତ ହୋଇ ଲୋକମାନେ ବିଜେପିରେ ସାମିଲ ହେଉଥିବା କହିଛନ୍ତି ରାଜ୍ୟ ବିଜେପି ସଭାପତି ଶ୍ରୀ ସାମଲ । ସୂଚନାଯୋଗ୍ୟ ଯେ, ରାଜ୍ୟରେ ପୁଣି ଥରେ ବିଜେପି-ବିଜେଡି ମେଣ୍ଟ ହେବା ନେଇ ଶ୍ରୀ ସାମଲ ଦିଲ୍ଲୀରୁ ଫେରିବା ପରେ ଖଣ୍ଡନ କରିଥିବା ବେଳେ ତାହା ଏବେ ବି ସସପେନ୍ନ ହୋଇ ରହିଛି । ନିକଟରେ ରେଢ଼ାଖୋଲ ଠାରେ ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପରସ୍ପର ବିରୋଧରେ କୌଣସି ମନ୍ତବ୍ୟ ନଦେବା ମେଣ୍ଟର ଏକ ସଙ୍କେତ ଦେଉଥିବା ଚର୍ଚ୍ଚା ହେଉଛି ।ତପନ ଚାନ୍ଦ ଉତ୍କଳ ବିଶ୍ୱ ବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ଥିଲେ। ଛାତ୍ର ଜୀବନରୁ ସେ ABVP ଏବଂ ଆରଏସଏସ ସହ ଜଡ଼ିତ ଥିଲେ। ସମାଜର ସବୁବର୍ଗଙ୍କୁ ମୋଦିଙ୍କ ଗ୍ୟାରେଣ୍ଟି ଏବଂ ‘ବିକଶିତ ଭାରତ’ର ବାର୍ତ୍ତା ପହଂଚାଇବା ପାଇଁ ଶପଥ ନେଇଥିଲେ ତପନ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |