ଭୁବନେଶ୍ୱର,୬।୩: ଭାଜପା ରାଜ୍ୟ ନେତୃତ୍ୱଙ୍କୁ ଦିଲ୍ଲୀ ଡାକରା ପରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ୩ଟା ୩୦ମିନିଟରେ ନବୀନ ନିବାସରେ ବିଜେଡି ଦଳର ବୈଠକ ବସିବା ନେଇ ସୂଚନା ରହିଛି । ଦଳର ବରିଷ୍ଠ ନେତାମାନଙ୍କୁ ନବୀନ ନିବାସକୁ ଡାକରା ଆସିଛି । ତେବେ ଆଗାମୀ ନିର୍ବାଚନ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ହଠାତ୍ ଡାକିବାର ପ୍ରକୃତ କାରଣ ସ୍ପଷ୍ଟ ଜଣାପଡିନାହିଁ । ଆଜି ଭାଜପା ରାଜ୍ୟ ନେତୃତ୍ୱଙ୍କୁ ମଧ୍ୟ ଦିଲ୍ଲୀ ଡାକରା ହୋଇଛି। ରାଜ୍ୟ ସଭାପତି, ସଙ୍ଗଠନ ସମ୍ପାଦକ ସହ କୋର୍ କମିଟିର କିଛି ନେତା ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି। ସଂଧ୍ୟା ୫ଟା ବେଳେ କେନ୍ଦ୍ରୀୟ ନେତାଙ୍କ ସହ ଦିଲ୍ଲୀରେ ଗୁରୁତ୍ୱପୂଣ୍ଣର୍ର୍ ବୈଠକ ବସିବ। ଏହି ବୈଠକରେ ନିର୍ବାଚନ ରଣନୀତି ଏବଂ ଦଳ ଓଡ଼ିଶାରେ କେମିତି ଲଢିବ ସେନେଇ ଆଲୋଚନା ହେବ ।୪ ପାଇଁ ୨ ପ୍ରମୁଖ ରାଜନୈତିକ ଦଳର ଜୋରଦାର ପ୍ରସ୍ତୁତି । ବିଜେପିର ରାଜ୍ୟ ନେତୃତ୍ବଙ୍କୁ ଦିଲ୍ଲୀ ଡାକରା । ରାଜ୍ୟ ସଭାପତି, ସଙ୍ଗଠନ ସମ୍ପାଦକ ସହ କୋର୍ କମିଟିର କିଛି ନେତା ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି । ଆଜି ସନ୍ଧ୍ୟା ୫ଟାବେଳେ ଦିଲ୍ଲୀରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ । ରାଜ୍ୟ ନେତୃତ୍ବଙ୍କ ସହ ଆଲୋଚନା କରିବେ କେନ୍ଦ୍ରୀୟ ନେତା । ୨୪ ପାଇଁ ମିଶନ ଓଡ଼ିଶାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |