ନୂଆଦିଲ୍ଲୀ ,୬।୩: କିସାନ ମଜଦୂର ମୋର୍ଚ୍ଚା ଏବଂ ସଂଯୁକ୍ତ କିସାନ ମୋର୍ଚ୍ଚା (ଅଣରାଜନୈତିକ)ର ଆହ୍ବାନରେ ଦେଶର ଅନେକ କୃଷକ ସଂଗଠନ ପୁଣିଥରେ ପୁଣି ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।ଆଜି ହଜାର ହଜାର କୃଷକ ବିକ୍ଷୋଭ ପାଇଁ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦେଇଛି। ଦିଲ୍ଲୀ ପୁଲିସ ଏହାର କର୍ମଚାରୀ ମାନଙ୍କୁ ଜାତୀୟ ରାଜଧାନୀର ଟିକରୀ, ସୀଙ୍ଘୁ, ଗାଜୀପୁର ସୀମା, ରେଳବାଇ ଏବଂ ମେଟ୍ରୋ ଷ୍ଟେସନ ତଥା ବସଷ୍ଟାଣ୍ଡ ଭଳି ସ୍ଥାନରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛି। କୃଷକ ଆନ୍ଦୋଳନର ନେତୃତ୍ୱ ନେଉଥିବା ସଂଗଠନ – କିସାନ ମଜଦୂର ମୋର୍ଚ୍ଚା ଏବଂ ସଂଯୁକ୍ତ କିସାନ ମୋର୍ଚ୍ଚା (ଅଣ ରାଜନୈତିକ) ମାର୍ଚ୍ଚ ୩ରେ ଦେଶର ବିଭିନ୍ନ କୃଷକ ସଂଘ ଗୁଡ଼ିକୁ ବୁଧବାର ଦିଲ୍ଲୀରେ ପହଞ୍ଚିବାକୁ ଆହ୍ବାନ ଦେଇଥିଲେ । ଆନ୍ଦୋଳନକାରୀମାନେ ବସ୍, ଟ୍ରେନ୍ ଏବଂ ମେଟ୍ରୋ ଯୋଗେ ଦିଲ୍ଲୀରେ ପହଞ୍ଚିବାକୁ ଯୋଜନା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସିଂଘୁ ଏବଂ ଟିକ୍ରି ସୀମାରେ ପୁଲିସ ଏବଂ ପାରାମିଲିଟାରୀ ଫୋର୍ସ ମୁତୟନ ଜାରି ରହିଛି। ଦିଲ୍ଲୀର ଅନେକ ସ୍ଥାନରେ ଧାରା ୧୪୪ ଲାଗୁ କରାଯାଇଛି। ରେଲୱେ, ମେଟ୍ରୋ ଷ୍ଟେସନ ଏବଂ ବସ୍ ଷ୍ଟାଣ୍ଡରେ ଅତିରିକ୍ତ ପୁଲିସ ଓ ପାରାମିଲିଟାରୀ ଫୋର୍ସ ମୁତୟନ ରହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |