ଭୁବନେଶ୍ୱର,୬ା୩: ରାଜ୍ୟର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ କଂଗ୍ରେସକୁ ଘରବାହୁଡ଼ା ହୋଇଛି । ଆଜି ନୂଆଦିଲ୍ଲୀସ୍ଥିତ ଏଆଇସିସି କାର୍ଯ୍ୟାଳୟଠାରେ ଶ୍ରୀ ଜେନା ଆନୁଷ୍ଠାନିକ ଭାବେ ଦଳକୁ ଫେରିଛନ୍ତି । ଗତ ସାଧାରଣ ନିର୍ବାଚନ ପୂର୍ବରୁ ଅର୍ଥାତ୍ ୨୦୧୯ ଜାନୁୟାରୀ ୨୦ତାରିଖରେ କଂଗ୍ରେସରୁ ବହିଷ୍କୃତ ହୋଇଥିଲେ । ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଜେନାଙ୍କୁ ଆଜି ବିଧିବଦ୍ଧ ଭାବେ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଦଳରେ ଉତ୍ତୀୟ ଦେଇ ସ୍ୱାଗତ କରିଥିଲେ । ଶ୍ରୀ ଜେନା କହିଥିଲେ ଯେ, ଦଳ ଓ ତାଙ୍କ ମଧ୍ୟରେ ଯାହା ଭୁଲ ବୁଝାମଣା ଥିଲା ତାହା ଦୂର ହୋଇଛି । ସେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ସହ କଥା ହୋଇଛନ୍ତି । ସେ ଛାତ୍ର ରାଜନୀତିରୁ କଂଗ୍ରେସ ସହ ଜଡ଼ିତ । ଭୁଲ୍ ବୁଝାମଣା ଯୋଗୁ କିଛିଦିନ ପାଇଁ ଦଳଠୁ ଦୂରେଇ ଯାଇଥିଲି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |