ଭୁବନେଶ୍ୱର,୭।୩: ଓଡିଶା ଆସୁଛନ୍ତି ଅମିତ ଶାହା। ଆସନ୍ତା ୧୨ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ବିଜେଡି-ବିଜେପି ମେଣ୍ଟ ହେବା ଏକ ପ୍ରକାର ଥୟ । ଭୁବନେଶ୍ୱରରେ ବିଜେଡିର ଓ ଦିଲ୍ଲୀରେ ବିଜେପିର ମାରାଥନ ମିଟିଂ ପରେ ଆପାତତଃ ଏହା ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି । ଦିଲ୍ଲୀରେ ହୋଇଥିବା ବିଜେପିର କୋର୍ କମିଟି ବୈଠକ ପରେ ସୂଚନା ମିଳିଛି ଯେ, ଆସନ୍ତା ୧୨ ତାରିଖରେ ଅମିତ ଶାହା ଓଡ଼ିଶା ଆସିବେ ।ସେତେବେଳେ ହୁଏତ ଗୋଟିଏ ମଞ୍ଚରେ ବିଜେଡି ଓ ବିଜେଡି ମିଳିତ ଭାବେ ମେଣ୍ଟ ହେବାର ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏପରିକି ସିଟ୍ ଭାଗବଣ୍ଟା ମଧ୍ୟ ପ୍ରାଥମିକ ସ୍ତରରେ ଛିଣ୍ଡିଛି । ବିଜେପି ଭାଗରେ ୧୪ରୁ ଅଧିକ ଲୋକସିଟ୍ ପଡ଼ିପାରେ । ମୋଦିଙ୍କ ମିଶନ ୪୦୦ ପାର୍ କୁ ଲକ୍ଷ୍ୟ ରଖି ଏପରି ରଣନୀତି ହୋଇଥିବା ସୂଚନା ମିଳିଛି ।ବିଜେଡିକୁ ମିଳିବ ୭ଟି । ସେହିପରି ବିଧାନସଭାରେ ବିଜେଡି ଅଧିକ ଆସନରେ ଲଢ଼ିବ। ବୈଠକରେ ଉପସ୍ଥିତ ଥିବା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ କହିଛନ୍ତି, ମେଣ୍ଟ ନେଇ ଆଲୋଚନା ହୋଇଥିଲା । ଆମେ ଏକାକୀ ଲଢ଼ିବା ସପକ୍ଷରେ ମତ ଦେଇଛୁ। କିନ୍ତୁ ଚୂଡ଼ାନ୍ତ ନିଷ୍ପତ୍ତି ନେବେ କେନ୍ଦ୍ରୀୟ ନେତୃତ୍ୱ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |