ଶିବରାତ୍ରୀ ପାଇଁ ଚଳଚଂଚଳ ବାବା ଆଖଣ୍ଡଳମଣିଙ୍କ ପୀଠ

ଭଦ୍ରକ,୭।୩: ଓଡ଼ିଶା ପ୍ରସିଦ୍ଧ ଶୈବପୀଠମାନଙ୍କ ମଧ୍ୟରୁ ଅନ୍ୟତମ ଭଦ୍ରକ ଜିଲ୍ଲା ବାବା ଆଖଣ୍ଡଳମଣିଙ୍କ ପୀଠ । ବାବା ଆଖଣ୍ଡଳମଣିଙ୍କ ପବିତ୍ର ମହାଶିବରାତ୍ରି ପାଇଁ ପୀଠରେ ଏବେ ପ୍ରସ୍ତୁତି କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି। ଆଜି(ଗୁରୁବାର) ମନ୍ଦିରରେ ଏକବାର ନୀତି ଅନୁଷ୍ଠିତ ହେବ। ଏଥିପାଇଁ ମନ୍ଦିରରେ ସମସ୍ତ ନୀତିକାନ୍ତି ଚାଲିଥିବା ବେଳେ ମହାଦୀପ ପ୍ରସ୍ତୁତି ପାଇଁ ମାଟି ପଲମ ସହ ଅନ୍ୟାନ୍ୟ ସାମଗ୍ରୀ ସେବାକାରୀଙ୍କ ପକ୍ଷରୁ ମନ୍ଦିରରେ ପହଁଚିଛି। ଆସନ୍ତା ଶୁକ୍ରବାର ଜାଗରଯାତ୍ରା ନିମନ୍ତେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଏକବାର ନୀତି ନିମନ୍ତେ ଭୋର ୪ଟାରେ ଦ୍ବାର ଫିଟା ଯିବା ପରେ ମଙ୍ଗଳଆଳତୀ, ମହାସ୍ନାନ, ଘର୍ଷଣଲାଗି ନୀତି ସମ୍ପନ୍ନ ହେବା ପରେ ମଣିବାବାଙ୍କୁ ନବବସ୍ତ୍ର, ଫୁଲ, ଚନ୍ଦନ ଲାଗି କରାଯାଇ ଦିଗମ୍ବର ବେଶରେ ସଜ୍ଜିତ କରାଯିବ।ବାବା ଆଖଣ୍ଡଳମଣିଙ୍କ ଶ୍ରୀବିଗ୍ରହକୁ ରୂପାରେ ଛାଉଣି କରାଯାଇଛି । ଭଦ୍ରକ ଗୁଜରାତି ମହାସଂଘ ପକ୍ଷରୁ ୧.୨୬ କ୍ୱିଣ୍ଟାଲ ରୂପା ଅଳଙ୍କାର ଦାନ କରାଯାଇଛି । ଶିବରାତ୍ରୀ ପୂର୍ବରୁ ବଦଳିଯାଇଛି ବାବା ଆଖଣ୍ଡଳମଣିଙ୍କ ରୂପ । ରୂପାରେ ଛାଉଣି ହୋଇଛନ୍ତି ବାବା ଆଖଣ୍ଡଳମଣିଙ୍କ ଶ୍ରୀବିଗ୍ରହ । ଆଖି ଝଲସି ଉଠୁଛି ଦେଖିଲେ ବାବାଙ୍କର ସେ ଦିବ୍ୟରୂପ । ଦିନକ ପରେ ଶିବରାତ୍ରୀ , ଭକ୍ତ ଆଉ ଭଗବାନଙ୍କର ସେ ମିଳନକୁ ଅପେକ୍ଷା କରି ରହିଛିନ୍ତି ଲକ୍ଷ ଲକ୍ଷ ଶିବ ଭକ୍ତ । ସେଥିପାଇଁ ଚଳଚଂଚଳ ହୋଇ ଉଠିଛି ବିଭିନ୍ନ ଶୈବପୀଠ ।

ପରେ ସମସ୍ତ ସକାଳ ନୀତିକାନ୍ତି ମଧ୍ୟାହ୍ନ ୨ଟା ସୁଦ୍ଧା ସରିବା ପରେ ଅପରାହ୍ଣରେ ମଣିବାବାଙ୍କ ଗର୍ଭଗୃହରେ ନୂଆ ଚାନ୍ଦୁଆ ଲାଗି କରାଯିବା ସହ ମନ୍ଦିର ଚୂଡାରେ ନେତଲାଗି କରାଯିବ। ପରେ ବଡସିଂହାର ବେଶ,ଏକବାର ଅନ୍ନନୀତି ଭୋଗ, ସଂଧ୍ଯା ଆଳତୀ, ଷୋଡଶ ଉପଚାରପୂଜା ଆଦି ଅନୁଷ୍ଠିତ ହେବ। ଚଳିତବର୍ଷ ପୀଠରେ ୨ଲକ୍ଷ ଭକ୍ତଙ୍କର ସିମାଗମ ହେବାର ଆଶଙ୍କା ରହିଥିବାରୁ ପୀଠରେ ତ୍ରୀସ୍ତରୟ ସୁରକ୍ଷା ବ୍ୟବସ୍ଥା ସହିତ ପୀଠରେ ଥିବା ବୈତରଣୀ ଓ ସାଳନ୍ଦୀ ନଦୀର ୩ଟି ଜଳପଥରେ ଓଡ୍ରାଫ ଟିମ ପଇଁତରା ମାରିବେ। ସେହିପରି ମନ୍ଦିର ଭିତରେ ଓ ବାହାରେ ଅଧିକ ଫୋର୍ସ ମୃତ୍ଯୟନ କରାଯିବ ବୋଲି ଜିଲ୍ଲା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!