ନୂଆଦିଲ୍ଲୀ,୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜମ୍ମୁ-କଶ୍ମୀର ଗସ୍ତରେ ଯାଉଛନ୍ତି। ଧାରା ୩୭୦ ହଟାଇବା ପରେ ପ୍ରଧାନମନ୍ତ୍ରୀ ମୋଦି ଆଜି ପ୍ରଥମ ଥର ପାଇଁ କଶ୍ମୀର ଯାଉଛନ୍ତି। ଏହି ସମୟରେ ୬୪୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଉଦ୍ଘାଟନ କରିବା ସହିତ ସେ ଶ୍ରୀନଗରରେ ଏକ ସାଧାରଣ ସଭାରେ ମଧ୍ୟ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେ ଶ୍ରୀନଗରରେ ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ ଏବଂ ଏକ ନିର୍ବାଚନ ସଭାରେ ଯୋଗୁ ଦେଇ ଜନସାଧାରଣଙ୍କୁ ସମ୍ବୋଧିତ ମଧ୍ୟ କରିବେ। ମିଳିଥିବା ସରକାରୀ ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ଶ୍ରୀନଗରର ବକ୍ସି ଷ୍ଟାଡିୟମରେ ‘ଡେଭଲପମେଣ୍ଟ ଇଣ୍ଡିଆ, ଜମ୍ମୁ କାଶ୍ମୀରର ବିକାଶ’ କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିସହ କେନ୍ଦ୍ର ଶାସିତ ଅଞ୍ଚଳରେ କୃଷି ଅର୍ଥନୀତିକୁ ବୃଦ୍ଧି କରିବା ପାଇଁ ପ୍ରାୟ ୫୦୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ସେ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି।ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦେଖି ଜମ୍ମୁ-କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଯେପରି କୌଣସି ଅଘଟଣ ନ ଘଟିବ ସେଥିପାଇଁ ବକ୍ସି ଷ୍ଟାଡିୟମ୍ରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୂରା ଷ୍ଟାଡିୟମକୁ ତ୍ରିରଙ୍ଗା ରଙ୍ଗରେ ରଙ୍ଗ କରାଯାଇଛି। କେବଳ ସେତିକି ନୁହେଁ ପ୍ରଧାନମନ୍ତ୍ରୀ ଯେଉଁ ରାସ୍ତା ଦେଇ ଯିବେ ସେହି ରାସ୍ତାରେ ବଡ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି। ଭିଭିଆଇପି ଗସ୍ତ ସମୟରେ ଲୋକଙ୍କ ଗତିବିଧି ରୋକିବା ପାଇଁ ଅନେକ ସ୍ଥାନରେ ବ୍ୟାରିକେଡ୍ ଲଗାଯାଇଛି। ନିରାପତ୍ତା ପାଇଁ ଡ୍ରୋନ୍ ଏବଂ ସିସିଟିଭି କ୍ୟାମେରା ବ୍ୟବହାର କରାଯାଉଥିବାବେଳେ ସୁରକ୍ଷା ବାହିନୀ କାର୍ଯ୍ୟକ୍ରମ ସ୍ଥଳର ଦୁଇ କିଲୋମିଟର ବ୍ୟାସାର୍ଦ୍ଧରେ ପାଟ୍ରୋଲିଂ କରୁଛନ୍ତି।ସେହିପରି ଝେଲମ୍ ନଦୀ ଓ ଡାଲ ଲେକ୍ ଠାରେ ସମୁଦ୍ର କମାଣ୍ଡୋଙ୍କୁ ନିୟୋଜିତ କରାଯାଇଛି। ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ମାର୍ଗରେ ପଡିଥିବା ଅନେକ ବିଦ୍ୟାଳୟ ବୁଧବାର ଏବଂ ଗୁରୁବାର ପାଇଁ ବନ୍ଦ ହୋଇଥିବାବେଳେ ଗୁରୁବାର ଦିନ ଧାର୍ଯ୍ୟ ହୋଇଥିବା ବୋର୍ଡ ପରୀକ୍ଷା ଆସନ୍ତା ମାସ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |