ଭୁବନେଶ୍ୱର,୭।୩:ଭୁବନେଶ୍ୱରରୁ ସୋର ଅଭିମୂଖେ ଯାଉଥିବା ସମୟରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବସଟିରେ ୩୦ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ବେଳେ ବସଟି ପୋଲ ଉପରେ ଝୁଲି ରହିଥିଲା । ବସଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସି ପଡ଼ିବା ସହିତ ନୂତନ ଭାବେ ନିର୍ମାଣ ହେଉଥିବା ରାସ୍ତ ଉପରେ ମାଡ଼ି ଯାଇଥିଲା ।ବାଲେଶ୍ୱର ଜିଲ୍ଲାର ନୀଳଗିରି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା । ଭୁବନେଶ୍ୱରରୁ ବାରିପଦା ଭାୟା ଉଦାୟ ଦେଇ ଯାଉଥିବା ବେଳେ ଘନ କୁହୁଡ଼ି କାରଣରୁ ଏଭଳି ଘଟିଥିବା କଣ୍ଡକ୍ଟର କହିଛନ୍ତି । ତେବେ ଭାଗ୍ୟବଶତଃ ୩୦ ଜଣ ଯାତ୍ରୀ ଏକ ବଡ଼ ଦୁର୍ଘଟଣାରେ ବର୍ତ୍ତି ଯାଇଥିଲେ । ପରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଅନ୍ୟ ଏକ ଗାଡ଼ିର ସେମାନଙ୍କର ଗନ୍ତବ୍ୟ ସ୍ଥଳକୁ ପଠାଯାଇଥିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |