ଡାବୁଗାଁ ବ୍ଲକର 105 ବର୍ଷ ପୁରୁଣା ବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ଙ୍କ “ମୋ ସ୍କୃଲ ଅଭିଯାନ” ମାଧ୍ୟମରେ ପୂର୍ବତନ ଛାତ୍ର ମାନଙ୍କୁ ସମ୍ବର୍ଦ୍ଧନା

 ନବରଙ୍ଗପୁର( ମିହିର ଶଙ୍କର ପାତ୍ର) ,,୭ା୩:-ଡାବୁଗାଁ ବ୍ଲକ ସଦର ମହକୁମାରେ ଥିବା ବ୍ଲକର ସର୍ବ ପୁରାତନ ତଥା 105ବର୍ଷ ପୁରୁଣା ସରକାରୀ ଉନ୍ନୀତ ଉଚ୍ଚପ୍ରାଥମିକ ବିଧ୍ୟାଳୟରେ, ଡାବୁଗାଁ ରେ ଆଜି “ମୋ ସ୍କୁଲ ଅଭିଯାନ” ମାଧ୍ୟମରେ ପୂର୍ବତନ ଛାତ୍ର ଛତ୍ରୀଙ୍କୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ତରଫରୁ ସଂମ୍ମାନିତ କରାଗଲା ବିଧ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ବନାଲତା ମହାନ୍ତିଙ୍କ ଦ୍ୱାରା।ଏହି ସମୟରେ ଉପସ୍ଥିତି ଥିଲେ ବିଧ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏଵଂ ପୂର୍ବତନ ଛାତ୍ର ଛାତ୍ରୀ ଯଥା: ମିହିର ଶଙ୍କର ପାତ୍ର, ସତ୍ୟ ରଞ୍ଜନ ପାତ୍ର,ସଞ୍ଜୟ ପାଡି, ରାଜେନ୍ଦ୍ର ମିଶ୍ର, ଦିନେଶ ସିଂ, ନରେଶ ସିଂ, ସୁନୀଲ ଦାସ, ଜିତୁ ଅଗ୍ରୱାଲ ସମେତ ଅନେକ ପୂର୍ବତନ ଛତ୍ରଛାତ୍ରୀ। ପ୍ରଧାନ ଶିକ୍ଷୟିତ୍ରୀ ବନଲତା ମହାନ୍ତିଙ୍କ ପ୍ରଚେଷ୍ଟା ଫଳରେ 105 ବର୍ଷ ପୁରୁଣା ବିଦ୍ୟାଳୟ ଏବର୍ଷ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଦୁଇ ଦୁଇଟି ଶିକ୍ଷା ପୁରସ୍କାର ଡାବୁଗାଁ ବ୍ଲକକୁ ଆସିପାଇଛି।ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ୨୦୧୭ ମସିହା ନଭେମ୍ବର ୧୪ ତାରିଖରେ ଆରମ୍ବ ହୋଇଥିବା ମୋ ସ୍କୁଲ ଅଭିଯାନର ମୂଳ ଲକ୍ଷ୍ୟ ହେଲା ପୂର୍ବତନ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ସହିତ ଜୋଡିବା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!