Outsourcing କର୍ମଚାରୀମାନଙ୍କ ବଢ଼ିଲା ପାରିଶ୍ରମିକ

ଭୁବନେଶ୍ବର,୭ା୩ :Service Provider Agency ଦ୍ବାରା ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟ କରୁଥିବା Outsourcing କର୍ମଚାରୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ  ଆଜି ଅନେକ ପଦକ୍ଷେପ ବିଷୟରେ ଘୋଷଣା କରିଛନ୍ତି।  ଏହି କର୍ମଚାରୀ ମାନଙ୍କ ପାରିଶ୍ରମିକରେ  ୨୫ ପ୍ରତିଶତ ବୃଦ୍ଧି ଘୋଷଣା ସହିତ ଅଭିଜ୍ଞତା ଭିତ୍ତିରେ ପାରିଶ୍ରମିକ, ଅଭିଯୋଗ ଶୁଣାଣୀ ବ୍ୟବସ୍ଥା ତଥା ଠିକ୍‌ ସମୟରେ ପ୍ରାପ୍ୟ ପ୍ରଦାନ ଆଦି ବିଷୟ ଅନ୍ତର୍ଭୁକ୍ତ।ଅଭିଜ୍ଞତା ଥିବା ଆଉଟସୋର୍ସିଂ କର୍ମଚାରୀଙ୍କୁ ଅଧିକ ପାରିଶ୍ରମିକ ମିଳିବ। ପ୍ରତି ପାଞ୍ଚ ବର୍ଷର ଅଭିଜ୍ଞତା ପାଇଁ ମାସିକ ଅଧିକ ଏକ ହଜାର ଟଙ୍କା ମିଳିବ। ସେମାନେ ଯେପରି ମାସ ଶେଷରେ ଠିକ୍ ସମୟରେ ସେମାନଙ୍କର ପାରିଶ୍ରମିକ ପାଇପାରିବେ ସେ ନେଇ ବ୍ୟବସ୍ଥା ଗ୍ରହଣ କରିଛନ୍ତି ସରକାର। ଯେଉଁ ଆଉଟ୍‌ସୋର୍ସିଂ କର୍ମଚାରୀମାନେ ଏବେ ବର୍ଦ୍ଧିତ ପାରିଶ୍ରମିକ ପାଉଛନ୍ତି, ସେମାନଙ୍କ ବର୍ଦ୍ଧିତ ପାରିଶ୍ରମିକକୁ ନୂଆ ବ୍ୟବସ୍ଥାରେ ସୁରକ୍ଷା ଦିଆଯିବ। ମହିଳା କର୍ମଚାରୀମାନେ ସେମାନଙ୍କର ପ୍ରଥମ ଦୁଇଟି ସନ୍ତାନ ଜନ୍ମ ପର୍ଯ୍ୟନ୍ତ ୧୨୦ ଦିନ ପର୍ଯ୍ୟନ୍ତ ମାତୃତ୍ୱ ଛୁଟି ନେଇପାରିବେ ।ଆଉଟ୍‌ସୋର୍ସିଂ କର୍ମଚାରୀ ଓ ସର୍ଭିସ୍ ପ୍ରୋଭାଇଡିଂ ଏଜେନ୍ସୀ ମଧ୍ୟରେ ଥିବା ବିଭିନ୍ନ ବିବାଦର ସମାଧାନ ପାଇଁ ଓଡ଼ିଶା ଷ୍ଟେଟ୍ ଆଉଟ୍‌ସୋର୍ସିଂ ଏମ୍ପ୍ଲୋଇଜ୍ ଓମ୍ବୁଡ୍‌ସମ୍ୟାନ୍ ଗଠନ ସଂପର୍କରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଆଉଟ୍‌ସୋର୍ସିଂ କର୍ମଚାରୀ ଓ ସର୍ଭିସ୍ ପ୍ରୋଭାଇଡିଂ ଏଜେନ୍ସୀଙ୍କ ଅଭିଯୋଗ ଶୁଣାଣି କରିବା ପାଇଁ ପ୍ରତି ବିଭାଗରେ ଜଣେ ଲେଖାଏଁ ନୋଡାଲ ଅଫିସର ରହିବେ। ଆଉଟ୍‌ସୋର୍ସିଂ କର୍ମଚାରୀ ଓ ସର୍ଭିସ୍ ପ୍ରୋଭାଇଡିଂ ଏଜେନ୍ସୀଗୁଡ଼ିକ ଯେପରି ଅତି ସହଜରେ ସେମାନଙ୍କ ଅଭିଯୋଗଗୁଡ଼ିକ ଦାଖଲ କରିପାରିବେ, ସେଥିପାଇଁ ଏକ ସଫ୍ଟୱୟାର ଆପ୍ଲିକେସନ୍ ବିକଶିତ କରାଯିବ।  ଏହି ସମସ୍ତ ବ୍ୟବସ୍ଥାକୁ ଶୃଙ୍ଖଳିତ ଭାବରେ ପରିଚାଳିତ କରିବା ପାଇଁ ସବୁ ବିଭାଗ ସର୍ଭିସ ପ୍ରୋଭାଇଡିଂ ଏଜେନ୍ସୀଗୁଡ଼ିକ ସହିତ ସପ୍ଲିମେଣ୍ଟାରୀ ଏଗ୍ରୀମେଣ୍ଟ କରିବେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!