ଭୁବନେଶ୍ୱର,୭ା୩:୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ପୂର୍ବତନ ମନ୍ତ୍ରୀ ତଥା ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ନୂଆ ଦାୟିତ୍ୱ ଦେଇଛି ଏଆଇସିସି। ତାଙ୍କୁ ରାଜ୍ୟ କଂଗ୍ରେସୀ ନିର୍ବାଚନ ପରିଚାଳନା ଆବାହକ ଭାବେ ନିଯୁକ୍ତି ଦିଆଯାଇଛି।ପ୍ରସାଦ ହରିଚନ୍ଦନ ମିଡିଆ ସହିତ ସମନ୍ୱୟ ଓ ଯୋଗାଯୋଗ, ସୋଶାଲ ମିଡିଆ, ୱାର୍ ରୁମ୍, ପ୍ରଗମନ ଓ ରାଜନୀତିକ କାର୍ଯ୍ୟକ୍ରମ କଥା ବୁଝାବୁଝି କରିବେ।ତେବେ କଂଗ୍ରେସ ଟିକେଟରେ ପ୍ରସାଦ ହରିଚନ୍ଦନ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପୁରୀ ସତ୍ୟବାଦୀ ବିଧାନସଭା ଆସନରୁ ସେ ୧୯୯୫, ୨୦୦୦ ଓ ୨୦୦୯ରେ ବିଜୟୀ ହୋଇଥିଲେ। ଦଳର ଜଣେ ବରିଷ୍ଠ ନେତା ଭାବେ ତାଙ୍କୁ ଏହି ଗୁରୁଦାୟିତ୍ୱ ଦିଆଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |