୭ଟି ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର ,୮ା୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ୩୫ତମ ଉଚ୍ଚସ୍ତରୀୟ ଅନୁମୋଦନ କର୍ତ୍ତୃପକ୍ଷ (ଏଚଏଲସିଏ) ବୈଠକରେ ୭ଟି ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ୮୦,୧୨୫ କୋଟିର ଏହି ପ୍ରକଳ୍ପ ସ୍ଥାପନ ହେବା ଫଳରେ ରାଜ୍ୟର ୫ଟି ଜିଲ୍ଲାରେ ୨୪,୫୫୨ ଜଣଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି ହେବ । ଜଗତସିଂହପୁର, ଖୋର୍ଦ୍ଧା, ଗଞ୍ଜାମ ଓ ଭଦ୍ରକ ଜିଲ୍ଲାରେ ଇସ୍ପାତ, ଔଷଧ, ସବୁଜ ଶକ୍ତି ଓ କେମିକାଲି ଆଦି ପ୍ରକଳ୍ପ ସ୍ଥାପନ ନେଇ ନିଷ୍ପତ୍ତି ନିଆଯାଇଛି ।ସୂଚନା ଅନୁସାରେ ଗ୍ରାନୁଏଲ୍ସ ଲାଇଫ୍‌‌ ସାଇନ୍ସେସ୍‌‌ ପାଇଭେଟ୍‌‌ ଲିମିଟେଡ୍‌‌ ଗୋପାଳପୁର ଏସ୍‌‌ଇଜେଡ୍‌‌ରେ ୧୧୦୦ କୋଟି ଟଙ୍କା ବିନିଯୋଗ କରି ଔଷଧ କାରଖାନା ପ୍ରତିଷ୍ଠା କରିବ। ଏଠାରେ ୧୪୮୦ ଜଣଙ୍କୁ ନିଯୁକ୍ତି ମିଳିବ। ଗ୍ରାନୁଏଲ୍ସ ସିଜେଡ୍‌‌ଆରଓ ପ୍ରାଇଭେଟ୍‌‌ ଲିମିଟେଡ୍‌‌ ଗୋପାଳପୁର ଏସ୍‌‌ଇଜେଡ୍‌‌ରେ ୨୦୦୦ କୋଟି ଟଙ୍କା ନିବେଶ କରିବ। କମ୍ପାନୀ ନିଜର ଔଷଧ କାରଖାନାରେ ୧୦୦୦ ଲୋକଙ୍କୁ ନିଯୁକ୍ତି ଦେବ ବୋଲି ପ୍ରତିଶ୍ରୁତି ଦେଇଛି |ଜଗତସିଂହପୁର ଜିଲ୍ଲାରେ ଗ୍ରୀନ୍ ହାଇଡ୍ରୋଜେନ ଓ ଗ୍ରୀନ୍ ଆମୋନିଆ ଉତ୍ପାଦନ ପାଇଁ ୱାରୀ କ୍ଲିନ୍ ଏନର୍ଜୀ ସଲ୍ୟୁସନ୍ସ ୧୨,୪୮୦ କୋଟି ନିବେଶ କରିବ । ସେଥିରେ ୩୨୫୦ ଜଣଙ୍କୁ କର୍ମ ନିଯୁକ୍ତି ମିଳିବ । ୬୩୩୦ କୋଟି ନିବେଶ କରି ଇଜି ସୋଲୱିନ ହାଇବ୍ରିଡ ପ୍ରା.ଲିଃ ଗୋପାଳପୁର ଏସଇଜେଡରେ ଗ୍ରୀନ ଆମୋନିଆ ଉତ୍ପାଦନ କରିବ । ସେଥିରେ ୧୦୫୦ ଲୋକଙ୍କୁ ନିଯୁକ୍ତି ମିଳିବ । ୨୧,୦୦୦ କୋଟି ନିବେଶ କରି ଝାରସୁଗୁଡ଼ାଠାରେ ଅକ୍ସନ ଇସ୍ପାତ କାରଖାନା ସ୍ଥାପନ କରିବେ । ସେଥିରେ ୧ ହଜାର ଲୋକ ନିଯୁକ୍ତି ପାଇବେ । ଗ୍ରାନୁଏଲ୍ସ ଲାଇଫ୍ ସାଇନ୍ସେସ ପ୍ରାଇଭେଟ ଲିଃ ଗୋପାଳପୁର ଏସଇଜେଡରେ ୧୧୦୦ କୋଟି ନିବେଶ କରି ମେଡିସିନ କାରଖାନା ସ୍ଥାପନ କରିବ । ସେଥିରେ ୧୪୮୦ ଜଣଙ୍କୁ ନିଯୁକ୍ତି ମିଳିବ । ଖୋର୍ଦ୍ଧାରେ ୩୫,୬୦୦ କୋଟି ନିବେଶ କରି ଏସିଏମଇ ଗ୍ରୀନଟେକ ଉର୍ଜା ପ୍ରାଃ ଲିଃ ଶକ୍ତି ଉପକରଣ ପ୍ରସ୍ତୁତ କରିବ । ସେଥିରେ ୬୨୭୨ ଜଣ ନିଯୁକ୍ତି ପାଇବେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!