କେନ୍ଦ୍ରାପଡ଼ା,୮ା୩: କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ଦକ୍ଷିଣଭେଡ଼ା ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନିଖୋଜ ବ୍ୟକ୍ତି ଜଣଙ୍କ ହେଲେ ନିମାଇଁ ମଳିକ। ନିମାଇଁଙ୍କୁ ନଦୀରେ ଖୋଜାଖୋଜି କରାଯାଉଛି। ହେଲେ ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ।ଆଜି ସକାଳେ ନିମାଇଁ ହଂସୁଆ ନଦୀରୁ ନିଜ ଚାଷ ଜମିକୁ ପାଣି ମଡାଉଥିଲେ। ତାଙ୍କ ସ୍ତ୍ରୀ ମଧ୍ୟ ସ୍ୱାମୀଙ୍କୁ କାମରେ ସାହାଯ୍ୟରେ କରୁଥିଲେ। ଏହି ସମୟରେ ଏକ କୁମ୍ଭୀର ନଦୀରୁ ଆସି ନିମାଇଁଙ୍କୁ ଟାଣି ନେଇ ପଳାଇଥିଲା। ନିମାଇଁକୁ କୁମ୍ଭୀର ନିକଟରୁ ବଞ୍ଚାଇବାକୁ ସ୍ତ୍ରୀ ଯେତେ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ। କୁମ୍ଭୀର ନିମାଇଁଙ୍କୁ ନଦୀକୁ ଟାଣିନେଇଥିଲା। ପରେ ନିମାଇଁଙ୍କ ସ୍ତ୍ରୀ ଘଟଣା ବିଷୟରେ ପରିବାର ଲୋକ ଓ ଗ୍ରାମବାସୀଙ୍କୁ କହିଥିଲେ।ହଂସୁଆ ନଦୀରେ ଗ୍ରାମବାସୀଙ୍କ ଦ୍ୱାରା ଖୋଜାଖୋଜି ଚାଲିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |