ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୮।୩ :-ଡାବୁଗାଁ ବ୍ଲକର ଚଚରାଗୁଡା ପଞ୍ଚାୟତ ଅନ୍ତର୍ଗତ ଦେଓବନ୍ଦ କେଲିଆ ଶୈବପୀଠ ରେ ଧୁମଧାମରେ ଶିବରାତ୍ରି ପାଳିତ ହଇଯାଇଛି । ନବରଙ୍ଗପୁର ଜିଲ୍ଲାର ବିଖ୍ୟାତ ଶୈବପୀଠ କେଲିଆରେ ଚଳିତ ବର୍ଷ 30 ହଜାରରୁ ଉର୍ଦ୍ଧ୍ବ ଶୈବ ଭକ୍ତଙ୍କ ଜନସମାଗମ ଦେଖିବାକୁ ମିଳିଥିଲା । ଏହା ଖାଲି ଶୈବପୀଠ ନୁହେଁ ଓଡ଼ିଶାର ଏକ ପର୍ଯ୍ୟଟନ ସ୍ଥଳି ମଧ୍ୟ । ଏଠାରେ ଦର୍ଶନ ପାଇଁ ଜିଲା ବାହାରୁ ତଥା ପଡସିରାଜ୍ୟ ଛତିଶଗଡ଼ ରୁ ମଧ୍ୟ ଦର୍ଶକ ଆସନ୍ତି । ଶିବ ମନ୍ଦିର ଠାରୁ ଜଙ୍ଗଲ ମଧ୍ୟ ଦେଇ ୨ କିଲମିଟର ଚାଲିକି ଗଲେ ଏକ ପର୍ବତ ଗୁମ୍ଫାରେ ମାଁ ପାର୍ବତୀଙ୍କ ମନ୍ଦିର ଅବସ୍ଥିତ ଯାହାକି କେଲିଆ ମନ୍ଦିରର ଏକ ମୁଖ୍ୟ ଆକର୍ଷଣ ଅଟେ। କିଛି ଭକ୍ତଙ୍କ ଅସାବଧାନତା ଯୋଗୁଁ ଆଜି ପାର୍ବତୀ ମନ୍ଦିର ଗୁମ୍ଫା ନିକଟରେ ମହୁମାଛି ଆକ୍ରମଣ ରେ କିଛି ଭକ୍ତ ଗୁରୁତ୍ୱର ହୋଇଥିଲେ । ସେମାନଙ୍କୁ ମନ୍ଦିର ପରିଚାଳନା କମିଟି ଏବଂ ପ୍ରଶାସନ ତରଫରୁ ୧୦୮ ଆମ୍ବୁଲାନ୍ସ ମାଧ୍ୟମରେ ସ୍ୱାସ୍ଥକେନ୍ଦରକୁ ପଟାଯାଇଥିଲା। ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟ ଭଲଥିବା ଜଣାପଡିଛି। ଏହା ଏକ ପଞ୍ଜିକୃତ କମିଟି ଦ୍ୱାର ପରିଚାଳିତ ଏଠାରେ ରାତିରେ ମନରଞ୍ଜନ ପାଇଁ ନାଚଗୀତର ଆଶ୍ରା ଜମେ ।ଚଳିତ ବର୍ଷ ମନରଞ୍ଜନ ପାଇଁ ଦେଶିଆନାଚ ଏବଂ ମେଲଡ଼ିର ଆୟୋଜନ କରାଯାଇଛି । ଏହି ମହୋତ୍ସବର ପରିଚାଳନାରେ ଡାବୁଗାଁ ମନ୍ଦିର କମିଟିର ସମ୍ପାଦକ ଦେବରାଜ ପାତ୍ର, କସାଧକ୍ଷ ଜି. ସାଇ ରାଜୁ,ସୁରେନ୍ଦ୍ର ମିଶ୍ର, ମଳୟ ବିଶାୟୀ, ଚଚରାଗୁଡା ସରପଞ୍ଚ ଧର୍ମାନନ୍ଦ ନାୟକ,ଭାଗିରଥି ମଝି, ପଦ୍ମ ମଝି,ଭଗବାନ ଖୁଣ୍ଟିଆ ସହ ମନ୍ଦିର କମିଟିର ୬୦/୭୦ ଜଣ ସ୍ବେଚ୍ଛାସେବୀ,ପୁଲିସ ପ୍ରଶାସନ ଏବଂ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀ ମନେ ସମ୍ପୁର୍ଣ୍ଣ ସହଯୋଗ କରିଛନ୍ତି ବୋଲି କମିଟିର ସମ୍ପାଦକ ଦେବରାଜ ପତ୍ର କହିଛନ୍ତି । ଏହିଭଳି ଡାବୁଗାଁ ବ୍ଲକ ତଥା ଆଖ ପାଖ ଅଂଚଳର ବିଭିନ୍ନ ଶୈବ ପୀଠରେ ଯଥା – ଡାବୁଗାଁ ସଦର ମୁହୁକୁମା ସ୍ଥିତ ଶିବ ମନ୍ଦିର ,ବାଘବେଡ଼ ଶିବ ମନ୍ଦିର ,ଜୁନପାଣି ଶିବ ମନ୍ଦିର, ବିଜାପୁର ଶିବ ମନ୍ଦିର, ଦେଉଳକଣା ଶିବ ମନ୍ଦିର,ବିରିଶାଳା ଶିବମନ୍ଦିର ଠାରେ ମଧ୍ୟ ଧୁମଧାମରେ ଶିବରାତ୍ରି ପାଳିତ ହଇଯାଇଛି । ରିପୋଟ – ,ନବରଙ୍ଗପୁର
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |