ନୂଆଦିଲ୍ଲୀ,୮ା୩: ମହିଳା ଦିବସରେ ମହିଳାଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ ଘୋଷଣା କରିଛନ୍ତି। ଗ୍ୟାସ ସିଲିଣ୍ଡର ପିଛା ୧୦୦ଟଙ୍କା ହ୍ରାସ କରିଥିବା ଏକ୍ସ ଆକାଉଣ୍ଟରେ ସୂଚନା ଦେଇଛନ୍ତି ମୋଦୀ। ଏହାଦ୍ୱାରା ଦେଶର କୋଟି କୋଟି ପରିବାରର ଆର୍ଥିକ ଚାପ କମିବ ଏବଂ ପରିବେଶ ସୁରକ୍ଷା ଦିଗରେ ମଧ୍ୟ ସହାୟକ ହେବ। ବିଶେଷ କରି ନାରୀ ଶକ୍ତି ଏହାଦ୍ୱାରା ଉପକୃତ ହେବ ବୋଲି ମୋଦୀ କହିଛନ୍ତି।ମହିଳା ଦିବସରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା। କମିଲା ଏଲ୍ପିଜି ସିଲିଣ୍ଡର ଦର। ସିଲିଣ୍ଡର ପିଛା ୧୦୦ ଟଙ୍କା ହ୍ରାସ ପାଇଛି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ବର୍ତ୍ତମାନ ଏଲପିଜି ଗ୍ୟାସ ମୂଲ୍ୟରେ ୧୦୦ ଟଙ୍କା ରିହାତି ଦିଆଯିବ। ଏହି ପଦକ୍ଷେପ ନେବା ପଛରେ ସରକାରଙ୍କ ଉଦ୍ଦେଶ୍ୟ ହେଉଛି ନାରୀ ଶକ୍ତିଙ୍କ ଜୀବନକୁ ସହଜ କରିବା ଏବଂ କୋଟି କୋଟି ପରିବାରର ଆର୍ଥିକ ବୋଛ ହ୍ରାସ କରିବା। ଏହି ପଦକ୍ଷେପ ପରିବେଶ ସୁରକ୍ଷା କ୍ଷେତ୍ରରେ ମଧ୍ୟ ସହାୟକ ହେବ, ଯାହା ସମଗ୍ର ପରିବାରର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ନିଜ ସୋଶାଲ ମିଡିଆ ହ୍ୟାଣ୍ଡେଲ Xରେ ପୋଷ୍ଟ କରି କହିଛନ୍ତି
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |