ମିସ୍‌ ୱାର୍ଲଡ୍ ୨୦୨୪ ମୁକୁଟ ଜିତିଲେ କ୍ରିଷ୍ଟିନା

କ୍ରିଷ୍ଟିନା ପାଇସ୍କୋଭାଙ୍କୁ ମିସ୍ ୱାର୍ଲଡ୍ ମୁକୁଟ ପିନ୍ଧାଇଥିଲେ ଗତବର୍ଷର ମିସ୍ ୱାର୍ଲଡ୍ ବିଜେତା କାରୋଲିନା ବିଲାୱସ୍କା। କ୍ରିଷ୍ଟିନା ଜଣେ ଛାତ୍ରୀ। ସେ ଉଭୟ ଆଇନ୍ ଓ ବ୍ୟବସାୟ ପରିଚାଳନାରେ ଡିଗ୍ରୀ ହାସଲ କରିବା ପାଇଁ ଅଧ୍ୟୟନ କରୁଛନ୍ତି। ତା’ ସହିତ ସେ ମଡେଲିଂ ଓ ସମାଜସେବାରେ ନିଜକୁ ନିୟୋଜିତ କରିଛନ୍ତି। କ୍ରିଷ୍ଟିନା ପାଇସ୍କୋଭା ଫାଉଣ୍ଡେସନ ନାଁରେ ତାଙ୍କର ଏକ ସଂସ୍ଥା ରହିଛି, ଯାହା ମାଧ୍ୟମରେ ସେ ସମାଜ ସେବା କରୁଛନ୍ତି। ୨୮ ବର୍ଷ ବ୍ୟବଧାନରେ ଭାରତରେ ପୁଣି ମିସ୍ ୱାର୍ଲଡ୍‌ ପ୍ରତିଯୋଗିତାର ଆୟୋଜନ ହୋଇଥିଲା। ଏହା ପୂର୍ବରୁ ୧୯୯୬ରେ ବେଙ୍ଗାଲୁରୁରେ ମିସ୍ ୱାର୍ଲଡ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ମିସ୍‌ ୱାର୍ଲଡ୍ ୨୦୨୪ରେ ଭାରତରୁ ପ୍ରତିନିଧିତ୍ୱ କରୁଥିଲେ ଫେମିନା ମିସ୍ ଇଣ୍ଡିଆ-ୱାର୍ଲଡ ୨୦୨୨ର ବିଜେତା ସିନି ସେଟ୍ଟୀ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!