ନୂଆଦିଲ୍ଲୀ,୨୨।୩: ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହୋଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ଟିମ୍ ଗୁରୁବାର ସନ୍ଧ୍ୟାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ରେଡ କରିଥିବା ବେଳେ ପ୍ରାୟ ଦୁଇ ଘଣ୍ଟା ପରେ ତାଙ୍କୁ ଗିରଫ କରିଛି।ଅବକାରୀ ଦୁର୍ନୀତି ସହ ଜଡ଼ିତ ମାମଲାରେ ଇଡି ଟିମ୍ ସର୍ଚ୍ଚ ଓ୍ବାରେଣ୍ଟ୍ ସହ କେଜ୍ରିୱାଲଙ୍କ ବାସଭବନରେ ଗୁରୁବାର ସନ୍ଧ୍ୟରେ ପହଞ୍ଚି ପଚରା ଉଚୁରା କରୁଥିଲା। ଦୁଇ ଘଣ୍ଟାର ଜେରା ପରେ ଇଡିର ଅଧିକାରୀମାନେ କେଜ୍ରିୱାଲଙ୍କୁ ଗିରଫ କରିଛନ୍ତି। ଗିରଫ ପରେ ତାଙ୍କୁ ଇଡି ତା’ର ମୁଖ୍ୟାଳୟକୁ ନେଇଛି। ଗିରଫ ପୂର୍ବରୁ ଇଡି ଅରବିନ୍ଦ କେଜ୍ରିୱାଲଙ୍କ ମୋବାଇଲ ଫୋନ ଜବତ କରିଥିଲା । ଇଡି କହିଛି କି, ଜେରା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଯାଂଚ ଟିମକୁ ସହଯୋଗ କରି ନଥିଲେ । ଯାହା ପରେ ଇଡି ତାଙ୍କୁ ଗିରଫ କରି ହେପାଜତକୁ ନେଇଛି।ମଦ ଦୁର୍ନୀତି ମାମଲାରେ ଶୁକ୍ରବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଇଡି ପକ୍ଷରୁ ଗିରଫ କରାଯାଇଛି। ଶନିବାର ସୁପ୍ରିମକୋର୍ଟରେ ଅରବିନ୍ଦ କେଜରିୱାଲଙ୍କ ଆବେଦନ ଶୁଣାଣି ହୋଇଥିଲା। ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡଙ୍କ ବେଞ୍ଚ ଏହାର ଶୁଣାଣି ନ କରି ତାଙ୍କୁ ସ୍ବତନ୍ତ୍ର ବେଞ୍ଚ ନିକଟକୁ ଯିବାକୁ କହିଛନ୍ତି।ଇଡିର ଗିରଫକୁ ନେଇ ଅରବିନ୍ଦ କେଜରିୱାଲ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ବରିଷ୍ଠ ଓକିଲ ଅଭିଷେକ ମନୁ ସିଂହଭି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇଥିଲେ। ତାଙ୍କ ଆବେଦନ ଶୁଣିବାବେଳେ ସିଜେଆଇ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ବେଞ୍ଚ ତାଙ୍କୁ ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ସ୍ବତନ୍ତ୍ର ବେଞ୍ଚ ନିକଟକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସିଜେଆଇ କହିଛନ୍ତି ଯେ ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ସ୍ବତନ୍ତ୍ର ବେଞ୍ଚ ଆଜି (ଶନିବାର)ଆପଣଙ୍କ ମାମଲାର ଶୁଣାଣି କରିବେ। ଏହାପୂର୍ବରୁ ଅଭିଷେକ ମନୁ ସିଂହଭି ସିଜେଆଇଙ୍କ ସମକକ୍ଷ ଆବେଦନ କଥା ଉଠାଇ ମାମଲାର ଶୀଘ୍ର ଶୁଣାଣି ପାଇଁ ଅନୁରୋଧ କରିଥିଲେ। ସିଜେଆଇ କହିଛନ୍ତି ଯେ ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ବେଞ୍ଚ ଆଗରେ ତୁମର ମତାମତ ଉପସ୍ଥାପନ କରିବା ଉଚିତ।ଦିଲ୍ଲୀ ଅବକାରୀ ନୀତିକୁ ନେଇ କେଜ୍ରିୱାଲଙ୍କୁ ଇଡି ୯ଥର ସମନ ଜାରି କରିଥିଲା କିନ୍ତୁ କେଜ୍ରିୱାଲ ଇଡିରେ ହାଜର ହୋଇନଥିଲେ। ଇଡି କାଳେ ଗିରଫ କରିନେବ, ସେହି ଆଶଙ୍କାରେ କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଜି ଦିଲ୍ଲୀ ହାଇକୋର୍ଟ ତାଙ୍କ ଯାଚିକାକୁ ଖାରଜ କରିବା ସହ କହିଛନ୍ତି ଯେ, ବର୍ତ୍ତମାନ ଆମେ ଏଥିପାଇଁ କୌଣସି ସମ୍ମତି ଦେଇପାରିବୁ ନାହିଁ । ଅନ୍ୟପକ୍ଷରେ କୋର୍ଟ ଆଜି ଇଡିକୁ କହିଥିଲେ ଯଦି କେଜ୍ରିୱାଲଙ୍କ ବିରୁଦ୍ଧରେ ଆପଣଙ୍କ ପାଖରେ କୌଣସି ଠୋସ୍ ପ୍ରମାଣ ଅଛି ତେବେ ଆପଣ ତାହା ଦେଖାନ୍ତୁ । ଏହାର ଉତ୍ତରରେ ଇଡି କହିଛି ଯାଞ୍ଚ ସମ୍ବନ୍ଧିତ ସାମଗ୍ରୀ ଏପରି କୋର୍ଟରେ ଆମେ ସର୍ବସମ୍ମୁଖରେ ରଖି ପାରିବୁ ନାହିଁ । କୋର୍ଟ କହିଛନ୍ତି ତେବେ ଆପଣ ଏହା କେବଳ ଆମକୁ ଦେଖାନ୍ତୁ । କିନ୍ତୁ ଏହାର ପ୍ରତିଉତ୍ତରରେ ଇଡି କହିଛି ଆମେ ଆଇନ ଆଧାରରେ ହିଁ କାର୍ଯ୍ୟାନୁଷ୍ଠାନ ନେଉଛୁ । ଆଇନ କେଜ୍ରିୱାଲ ଓ ସାଧାରଣ ଜନତାଙ୍କ ଲାଗି ସମାନ ଅଟେ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଏପ୍ରିଲ ୨୨ ତାରିଖରେ ହେବ ବୋଲି ହାଇକୋର୍ଟ କହିଥିବା ବେଳେ କେଜ୍ରିୱାଲଙ୍କୁ ଇଡି ଗିରଫ କରିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |