ନୂଆଦିଲ୍ଲୀ,୨୨।୩: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଶୁକ୍ରବାର କର୍ନାଟକର ଚିତ୍ରଦୁର୍ଗଠାରେ ‘ପୁଷ୍ପକ’ ବିମାନକୁ ସଫଳତାର ସହ ଅବତରଣ କରିଛି। ଇସ୍ରୋ ଏକ ଟୁଇଟ ମାଧ୍ୟମରେ ଏହି ସୂଚନା ଦେଇଛି। ପୁଷ୍ପକ ବିମାନ ହେଉଛି ଏକ ଏସୟୁଭି ଆକାରର ପଙ୍ଖା ଭିତ୍ତିକ ରକେଟ, ଯାହାକୁ ‘ସ୍ବଦେଶୀ ସ୍ପେସ ସଟଲ’ ମଧ୍ୟ କୁହାଯାଏ। ପୁନଃ ବ୍ୟବହାର ଯୋଗ୍ୟ ରକେଟ ବିଭାଗରେ ସଫଳତା ହାସଲ କରିବା ପାଇଁ ଭାରତ ଏହା ଏକ ବଡ ପଦକ୍ଷେପ।
ଭାରତର କହାକାଶ ଅନୁସନ୍ଧାନ ସଂଗଠନ(ଇସ୍ରୋ)କୁ ମିଳିଛି ଆଉ ଏକ ବଡ଼ ସଫଳତା । କର୍ଣ୍ଣାଟକର ଏରୋନଟିକାଲ ଟେଷ୍ଟ ରେଞ୍ଜରୁ ଆରଏଲଭିର ଲ୍ୟାଣ୍ଡିଂ ମିଶନ୍ ‘ପୁଷ୍ପକ’କୁ ସଫଳତାର ସହ କାର୍ଯ୍ୟକାରୀ କରିଛି ଇସ୍ରୋ । ସକାଳ ପ୍ରାୟ ୭ଟାରୁ ଚଲାକେରେ ରନୱେରୁ ଏହାକୁ ଲଞ୍ଚ୍ କରାଯାଇଥିଲା । ଇସ୍ରୋ ତରଫରୁ ଏହା ତୃତୀୟ ଆରଏଲଭିର ଲ୍ୟାଣ୍ଡିଂ ମିଶନ୍ ସଫଳତାର ଶିଖର ଛୁଇଁଛି । ପୂର୍ବରୁ ୨୦୧୬ ଏବଂ ଗତବର୍ଷ ଏପ୍ରିଲରେ ଦ୍ୱିତୀୟ ଲ୍ୟାଣ୍ଡିଂ ମିଶନ୍ ପରୀକ୍ଷା କରାଯାଇଥିଲା । ପ୍ରଥମେ ଏହାକୁ ବାୟୁସେନାର ହେଲିକପ୍ଟର ଯୋଗେ ପ୍ରାୟ ୪.୫ କି.ମି ଉଚ୍ଚକୁ ନିଆଯାଇଥିଲା । ଏହାପରେ ପୂର୍ବ ନିର୍ଦ୍ଧାରିତ ପିଲବକ୍ସ ପାରାମିଟର ପାଇବା ପରେ ଏହାକୁ ଲଞ୍ଚ୍ କରାଯାଇଛି ।ପୁଷ୍ପକ ନାମକ ଏହି ଯାନର ଏହା ତୃତୀୟ ଉଡ଼ାଣ ଥିଲା। ପୁଷ୍ପକକୁ କାର୍ଯ୍ୟକ୍ଷମ ଭାବରେ ନିୟୋଜିତ କରିବାକୁ ଆହୁରି ଅନେକ ବର୍ଷ ଲାଗିବ ବୋଲି ଅନୁମାନ କରାଯାଉଛି। ପୁଷ୍ପକ ଯାନ ଲଞ୍ଚ ହେଉଛି ଭାରତକୁ ଅଧିକ ସୁଲଭ ମୂଲ୍ୟରେ ପ୍ରବେଶ କରିବା ପାଇଁ ଏକ ଭଲ ପ୍ରୟାସ ବୋଲି ସୋମନାଥ ପୂର୍ବରୁ କହିଥିଲେ।ଇସ୍ରୋ ଅନୁସାରେ, କମ୍ ଖର୍ଚ୍ଚରେ ସ୍ପେସକୁ ପ୍ରବେଶ ସକ୍ଷମ କରାଇବାକୁ ଆରଏଲଭି ପାଇଁ ଅତ୍ୟାବଶ୍ୟକ ଟେକନୋଲୋଜିର ବିକାଶ ଉଦ୍ଦେଶ୍ୟରେ ଏହି ମିଶନ୍ ଆରମ୍ଭ କରାଯାଇଛି । କମ୍ ଖର୍ଚ୍ଚରେ ମହାକାଶରେ ପହଞ୍ଚିବା ପାଇଁ ଭାରତର ଏକ ବଡ଼ ପ୍ରୟାସ ଭାବରେ ଉଭା ହୋଇଛି ‘ପୁଷ୍ପକ’ ଲଞ୍ଚ୍ ଭେହିକିଲ । ଏହା ଭାରତ ପାଇଁ ଆରଏଲଭିର ଭବିଷ୍ୟତ ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ ଏସ ସୋମନାଥ । ଗୁରୁତ୍ୱପୂର୍ଣ୍ଣ ଇଲେକ୍ଟ୍ରୋନିକ୍ସକୁ ନେଇ ଗଠିତ ଆରଏଲଭିର ଉପର ଭାଗ ଖୁବ ମହଙ୍ଗା ହୋଇଥିବା ବେଳେ ଏହା ସୁରକ୍ଷିତ ଭାବରେ ପୃଥିବୀକୁ ଫେରାଇ ଆଣିହେବ । ଏହାପରେ ଏହି ଟେକ୍ନୋଲୋଜି ସମ୍ଭବତ ଇନ-ଅର୍ବିଟ ଉପଗ୍ରହଗୁଡ଼ିକର ରିଫିଲିଂକୁ ସକ୍ଷମ କରିପାରିବ କିମ୍ବା ନବୀକରଣ ପାଇଁ ଉପଗ୍ରହଗୁଡିକ ପୁନରୁଦ୍ଧାର କରିପାରିବ, ଯାହା ସ୍ପେସ୍ ଆବର୍ଜନାକୁ କମ୍ କରିବାରେ ସାହାଯ୍ୟ କରିବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |