ଜେଲରେ ଥିବା ମୁକ୍ତାର ଅନସାରୀଙ୍କ ମୃତ୍ୟୁ , ୟୁପିରେ ୧୪୪ ଧାରା

ନୂଆଦିଲ୍ଲୀ,୨୯।୩: ଗ୍ୟାଙ୍ଗଷ୍ଟାରରୁ ରାଜନେତା ପାଲଟିଥିବା ମୁଖତାର ଆନସାରୀଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ମୁଖତାରଙ୍କ ମୃତ୍ୟୁ ପରେ ଉତ୍ତରପ୍ରଦେଶରେ ଉତ୍ତେଜନା ଦେଖାଦେଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ ନିୟୋଜିତ ହେବା ସହିତ ୧୪୪ ଧାରା ଜାରି ହୋଇଛି । ଗୁରୁବାର ବାନ୍ଦା ଜେଲରେ ଥିବାବେଳେ ହୃଦଘାତ ହେବା ପରେ ମୁଖତାରଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୟୁପିର ମଉ ଆସନରୁ ସେ ୫ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ମିଥ୍ୟା ଅସ୍ତ୍ରଶସ୍ତ୍ର ଲାଇସେନ୍ସ ମାମଲାରେ ଗତ ୧୩ରେ ଅନସାରୀଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ । ମୁଖତାରଙ୍କୁ ଖାଦ୍ୟରେ ବିଷ ଦେଇ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପୁଅ ଉମର ଅନସାରୀ ।ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ଉତ୍ତର ପ୍ରଦେଶର ମୁକ୍ତାର ଅନସାରୀଙ୍କ ମୃତ୍ୟୁ ଘଟିଛି। ଦୀର୍ଘ ଦିନ ହେଲା ଜେଲରେ ଥିବା ଅନସାରୀ ଆଜି ସନ୍ଧ୍ୟାରେ ହାର୍ଟ ଆଟାକର ସମ୍ମୁଖୀନ ହୋଇଥିଲେ। ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।ରମଜାନ ଚାଲିଥିବାରୁ ଜେଲରେ ଥାଇ ମଧ୍ୟ ମୁକ୍ତାର ଉପବାସ କରିଥିଲେ। ଦିନ ତମାମ ଉପବାସ କରିଥିବା ବେଳେ ସେ ସନ୍ଧ୍ୟାରେ ଏହାକୁ ଭଙ୍ଗ କରିଥିଲେ। କିନ୍ତୁ ହଠାତ ସେ ଉପବାସ ଭଙ୍ଗ କରିବା ମାତ୍ରେ ଅସୁସ୍ଥତା ଅନୁଭବ କରିଥିଲେ। ସେ ତଳେ ବସି ପଡ଼ିବା ସହ ବାନ୍ତି କରିବା ଆରମ୍ଭ କରିଥିଲେ। ସମୟକ୍ରମେ ସେ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇ ଯାଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!