ବନ୍ଧୁକ ଦେଖାଇ ଲୁଟିନେଲେ ସୁନା

ପିପିଲି,୪ା୪:ବନ୍ଧୁକ ମୁନରେ ବ୍ୟବସାୟୀଙ୍କ ଠାରୁ ଲୁଟି ନେଲେ ୨୭୦ ଗ୍ରାମ ସୁନା ଓ ୬କେଜି ରୁପା। ପିପିଲିର ଡେଲାଙ୍ଗ ଥାନା ନିକଟରୁ ବନ୍ଧୁକ ମୂନରେ ଜଣେ ସୁନା ବ୍ୟବସାୟୀଙ୍କଠାରୁ ଲୁଟ୍ କଲେ ଚୋର । ୨୭୦ ଗ୍ରାମ୍ ସୁନା, ୬କେଜି ରୁପା ଲୁଟିନେଇଛନ୍ତି ।   ଲୁଟ୍‌ ହୋଇଥିବା ଜିନିଷର ଅନୁମାନିକ ମୂଲ୍ୟ ୨୩ ଲକ୍ଷରୁ ଅଧିକ ହେବ। ଏନେଇ ବ୍ୟବସାୟୀ ଜଣଙ୍କ ଡେଲାଙ୍ଗ ଥାନାରେ ଅଭିଯୋଗ କରିଛନ୍ତି।ସୁନା ବ୍ୟବସାୟୀ ପ୍ରଶାନ୍ତ ମହାପାତ୍ରଙ୍କ ଘର ଡେଲାଙ୍ଗରେ। ତାଙ୍କର ଡେଲାଙ୍ଗ ବଜ଼ାରରେ ସୁନା ଦୋକାନ ରହିଛି। ସବୁ ଦିନ ପରି ଗତକାଲି ମଧ୍ୟ ପ୍ରଶାନ୍ତ ଦୋକାନ ବନ୍ଦ କରି ସୁନା ଓ ରୁପା ଅଳଙ୍କାର ନେଇ ନିଜ ଘରକୁ ଯାଉଥିଲେ।  ବନ୍ଧୁକ ଦେଖାଇ ୪ ଜଣ ଅଜଣା ଯୁବକ ବ୍ୟବସାୟୀଙ୍କ ହାତରୁ ସୁନା ଏବଂ ରୁପା ଥିବା ବ୍ୟାଗ୍ ଲୁଟିଥିବା ଥାନାରେ ଅଭିଯୋଗ ହୋଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!