ନୂଆଦିଲ୍ଲୀ,୪।୪:ଦିଲ୍ଲୀ ଅବକରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ହୋଇ ଜେଲ୍ ଯାଇଥିବା ଆପ୍ ସାଂସଦ ସଞ୍ଜୟ ସିଂହ ଗତକାଲି ସନ୍ଧ୍ୟାରେ ଜେଲ୍ରୁ ମୁକୁଳିଛନ୍ତି।ଦିଲ୍ଲୀ ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ସୁପ୍ରିମକୋର୍ଟଙ୍କ ଜାମିନ ପାଇ ଜେଲ୍ରୁ ମୁକ୍ତ ହେବା ପରେ ଆମ ଆଦମୀ ପାର୍ଟୀ ଏମ୍ପି ସଞ୍ଜୟ ସିଂ ଭାଜପାକୁ କଡ଼ା ଟାର୍ଗେଟ କରିଛନ୍ତି। ଜେଲରୁ ୬ ମାସ ପରେ ସଞ୍ଜୟ ସିଂ ଗତରାତିରେ ଜାମିନରେ ମୁକୁଳିଛନ୍ତି। ଗତବର୍ଷ ଅକ୍ଟୋବରରେ ତାଙ୍କୁ ଗିରଫ କରିଥିଲା ଇଡି। କିନ୍ତୁ ଇଡି ଆଉ ତାଙ୍କର ରିମାଣ୍ଡ ଚାହେଁ ନାହିଁ ବୋଲି ସର୍ବୋଚ୍ଚ ଅଦାଲତଙ୍କୁ ଜଣାଇବା ପରେ, ସଞ୍ଜୟଙ୍କୁ ଜାମିନ ମିଳିଛି।ଜେଲରୁ ମୁକୁଳିବା ପରେ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରକୁ ଯାଇଥିଲ ସଞ୍ଜୟ ସିଂ। ପୂର୍ବରୁ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ ଦିଲ୍ଲୀ ହାଇକୋର୍ଟ। ଏହାପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସଞ୍ଜୟ ସିଂଙ୍କୁ ଆଜି ଜାମିନ ମିଳିବା ସହିତ, ସେ ନିର୍ବାଚନ ପ୍ରଚାରରେ ମଧ୍ୟ ଭାଗ ନେଇପାରିବେ ବୋଲି ଅନୁମତି ମିଳିଛି।ତେବେ ତଦନ୍ତ ଉପରେ କୌଣସି ମନ୍ତବ୍ୟ ନରଖିବା ପାଇଁ ତାଙ୍କୁ ଚେତାଇ ଦେଇଛନ୍ତି ସୁପ୍ରିମକୋର୍ଟ। ଏଥିସହ ତାଙ୍କ ଜାମିନ ସର୍ତ୍ତ ଟ୍ରାଏଲ୍ କୋର୍ଟ ନିର୍ଦ୍ଧାରଣ କରିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଏବେ ଜେଲରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ BRS ନେତ୍ରୀ କେ. କବିତା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |