ଗାଡ଼ି ଚଳାଇବା ବେଳେ ମୋବାଇଲ ଫୋନ୍, ଇୟର ଫୋନ୍ ବା ବ୍ଲୁ-ଟୁଥ ଡିଭାଇସର ବ୍ୟବହାର ସମ୍ପୂର୍ଣ୍ଣ ବାରଣ

ଭୁବନେଶ୍ୱର,୪।୪: ଟ୍ରାଫିକ ଛକରେ ଠିଆ ହୋଇଥିଲେ ବି ମୋବାଇଲ ବ୍ୟବହାର କରିପାରିବେ ନାହିଁ ୟୁଜର । ଏଥିପାଇଁ ନୂଆ ନିୟମ ଜାରି କରାଯାଇଛି । ନିୟମ ନ ମାନିଲେ ସିଧାସଳଖ ଗାଡ଼ି ଜବତ କରି ଉଠାଇ ନେଇପାରେ ପୋଲିସ । ଏଥିପାଇଁ ଗାଡ଼ି ଚାଳକଙ୍କୁ କମିସନରେଟ ପୋଲିସ ଚେତାବନୀ ଜାରି କରିଛି । ରାସ୍ତାରେ ଗାଡ଼ିରେ ବସି ଟାଇମ ପାସ୍ ପାଇଁ ମୋବାଇଲର ବ୍ୟବହାର କରିବା ପଡ଼ିବ ମହଙ୍ଗା । ଗାଡ଼ି ଜବତ କରିବା ସହ ଜରିମାନା ଏବଂ ଜେଲ ବି ଯାଇପାରନ୍ତି ଗାଡ଼ିଚାଳକ ।ପୁଲିସ କବଳରୁ ବର୍ତ୍ତିବା ଲାଗି କାନରେ ଇୟରଫୋନ୍‌‌ ଲଗାଉଛନ୍ତି। ଏଣିକି ଇୟରଫୋନ୍‌‌ ଲଗାଇ ଗାଡ଼ି ଚଳାଉଥିବା ବେଳେ ଧରା ପଡ଼ିଲେ ମଧ୍ୟ ମୋଟା ଅଙ୍କର ଜରିମାନା ଗଣିବେ ଚାଳକ। ଏନେଇ ସହରର କିଛି ଛକରେ ସଚେତନତା ଫଳକ ଲଗାଯାଇଛି। ଆହୁରି ୧୫ ଛକରେ ଲାଗିବ ବୋଲି ହୋର୍ଡିଂ ଆସିଛି। ଘରୋଇ ସଂସ୍ଥା ପକ୍ଷରୁ ଗାଡ଼ି ଚଳାଇବା ସମୟରେ ଇଅରଫୋନ୍‌‌ ବ୍ୟବହାର ନ କରିବା ଲାଗି ଏଥିରେ ଉଲ୍ଲେଖ ରହିଛି।ଅପିଲ କରାଯାଇଛି ।ଅନେକ ସମୟରେ ରାସ୍ତାରେ ଯାଉଥିବା ବେଳେ ଟ୍ରାଫିକ ସିଜନାଲରେ ଗାଡ଼ି ରଖି ମୋବାଇଲ ଫୋନ୍ ବ୍ୟବହାର କରନ୍ତି ୟୁଜର । ତେବେ ଏହି କାରନାମା ଉପରେ ବର୍ତ୍ତମାନ ରୋକ ଲଗାଇବାକୁ ପାଦ ବଢାଇଛନ୍ତି ସରକାର । ଟ୍ରାଫିକ ଛକରେ ଠିଆ ହୋଇ ମୋବାଇଲ ବ୍ୟହାର କଲେ ମଧ୍ୟ ଗଣିବେ ଜରିମାନା । ଟ୍ରାଫିକ ସିଜନାଲ ମଧ୍ୟ ଡ୍ରାଇଭିଂର ଏକ ପ୍ରମୁଖ ଅଂଶ ହୋଇଥିବାରୁଏପରି ନିୟମ ଲାଗୁ ହୋଇଛି । ଟ୍ରାଫିକ ସିଜନାଲରେ ଠିଆ ହୋଇଥିବା ବେଳେ ମୋବାଇଲ ବ୍ୟବହାର କରୁଥିବାର ଧରା ପଡ଼ିଲେ, ଏଥର ଫାଇନ୍ ନୁହେଁ ସିଧା ଚାଳକଙ୍କ ଗାଡ଼ି ଜବତ କରାଯାଇପରେ । ଏହାପରେ କୋର୍ଟକୁ ପିଆର ପଠାଇ ଦିଆଯାଉଛି । କୋର୍ଟରେ ଜରିମାନା ଦେବା ପରେ ଗାଡ଼ି ପାଇପାରିବେ ଚାଳକ ।ପୂର୍ବରୁ ଗାଡ଼ି ଚଳାଇବା ବେଳେ ମୋବାଇଲ ଫୋନ୍, ଇୟର ଫୋନ୍ ବା ବ୍ଲୁ-ଟୁଥ ଡିଭାଇସର କୌଣସି ପ୍ରକାର ବ୍ୟବହାର ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଏଥିପାଇଁ କମିସନରେଟ ପୋଲିସ ମଧ୍ୟ ଖୁବ ଆକ୍ଟିଭ ରହିଛି । ନିୟମର ଉଲ୍ଲଙ୍ଘନ କଲେ ଓଡ଼ିଶା ମୋଟରଯାନ ଆଇନ ଅନୁସାରେ, ୫ ହଜାର ଟଙ୍କା ଜରିମାନାଏବଂ ସହରାଞ୍ଚଳ ପୋଲିସ ଆଇନ୍ ଅନୁସାରେ ୫୦୦ ଟଙ୍କା ଜରିମାନା ଆଦାୟ କରାଯିବ । ତେବେ ଫାଇନ ଆଦାୟ କରିବା ବ୍ୟତୀତ ଡ୍ରାଇଭିଂ କିମ୍ବା ଟ୍ରାଫିକ ଛକରେ ମୋବାଇଲ ବ୍ୟବହାର କରୁଥିବା ଚାଳକଙ୍କ ଲାଇସେନ୍ସ ମଧ୍ୟ ବାତିଲ ହୋଇପାରେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!