ଏସ୍‌ସିବିରେ ପ୍ରଥମ ଲିଭର ଟ୍ରାନ୍‌ସପ୍ଲାଣ୍ଟ୍‌

କଟକ,୪।୪: ଇତିହାସ ରଚିଲା କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ । ସଫଳତାରେ ଆଉ ଏକ ନୂଆ ଫର୍ଦ ଯୋଡିହୋଇଛି । ଏଠାରେ ସଫଳତାର ସହିତ ବୃକ୍‌କ ଏବଂ ଅସ୍ଥିମଜ୍ଜା ପ୍ରତିରୋପଣ ହେବା ପରେ ଆଜି ଲିଭର ଟ୍ରାନସପ୍ଲାଣ୍ଟ  ଆରମ୍ଭ ହୋଇଛି । ଏଥିପାଇଁ ହାଇଦ୍ରାବାଦ ଏଆଇଜିର ଏକ ବିଶେଷଜ୍ଞ ଦଳ ଆସି ଏସ୍‌ସିବିରେ ପହଞ୍ଚିଥିଲେ । ଯକୃତ ଦାତା ଓ ଗ୍ରହୀତାଙ୍କୁ ଡାକ୍ତରୀ ଦଳ ନିରୀକ୍ଷଣ‌ କରିଥିଲେ ।ଆଜି କଟକ ତିଗିରିଆ ଅଞ୍ଚଳର ଜଣେ ପୁରୁଷଙ୍କ ଠାରେ ତାଙ୍କର ସ୍ତ୍ରୀଙ୍କ ଠାରୁ ଲିଭର ଟ୍ରାନସପ୍ଲାଣ୍ଟ କରାଯାଇଅଛି  । ସରକାରୀ ବ୍ୟବସ୍ଥା ଭିତରେ ପ୍ରଥମଥର ନିମନ୍ତେ କଟକ ବଡ ମେଡିକାଲରେ ସଫଳ ହୋଇଛି ଯକୃତ ପ୍ରତିରୋପଣ। ଏଥି ସହିତ ୧୨ ବର୍ଷ ପ୍ରତୀକ୍ଷାର ଅବସାନ ଘଟିଛି। ତିଗିରିଆ ଅଞ୍ଚଳର ୪୫ବର୍ଷୀୟ ଜନୈକ ବ୍ୟକ୍ତିଙ୍କ ଶରୀରରେ ଲିଭର ଟ୍ରାନସପ୍ଲାଣ୍ଟ କରାଯାଇଛି। ମଧ୍ୟବିତ୍ତ ଶ୍ରେଣୀର ଏହି ବ୍ୟକ୍ତିଜଣକ ଡ୍ରାଇଭର ଭାବେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ। ଲିଭର ଟ୍ରାନସପ୍ଲାଣ୍ଟ ଭଳି ମହଙ୍ଗା ସ୍ୱାସ୍ଥ୍ୟସେବା ଏଠାରେ ସମ୍ପୂର୍ଣ୍ଣ ନିଃଶୁଳ୍କରେ ତାଙ୍କୁ ଯୋଗାଇ ଦିଆଯାଇଛି। ତାଙ୍କ ପତ୍ନୀଙ୍କ ଲିଭରର ଦୁଇ ତୃତୀୟାଂଶ କାଟି ନିଆଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପିତ ହୋଇଛି। ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଏସ୍‌ସିବି ମେଡିକାଲ ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!