ନୂଆଦିଲ୍ଲୀ,୯।୩:ଛତିଶଗଡ଼ ସୁକମାରେ ୨୧ ବର୍ଷ ପରେ ଖୋଲିଲା ପ୍ରଭୁ ଶ୍ରୀରାମଙ୍କ ମନ୍ଦିର। ମାଓ ହିଂସା ଭୟରେ ଗତ ୨୦୦୩ରୁ ଅର୍ଥାତ ୨୧ ବର୍ଷ ଧରି ବନ୍ଦ ଥିବା ଶ୍ରୀରାମ ମନ୍ଦିରକୁ ଖୋଲାଯିବା ସହ ସେଠାର ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ମନ୍ଦିର ପରିଚାଳନାର ସମସ୍ତ ଦାୟିତ୍ୱ ସ୍ଥାନୀୟ ବାସିନ୍ଦଙ୍କୁ ହସ୍ତାନ୍ତର କରିଛନ୍ତି CRPF ଯବାନ। ୨୦୧୦ ମସିହାରେ ଏହି ଅଞ୍ଚଳରେ ମାଓବାଦୀ ଆମ୍ବୁସରେ ଫସି ୭୬ ଯବାନ ଶହୀଦ ହୋଇଥିଲେ। ୨୦୧୧ରେ ମଧ୍ୟ ଉକ୍ତ ଅଞ୍ଚଳରେ ମାଓ ବିରୋଧୀ ଅପରେସନ ବେଳେ ୨୨ ଜଣ ଯବାନ ଶହୀଦ ହୋଇଥିଲେ। ଏଠାରେ ମାଓବାଦୀଙ୍କ ଚେତାବନୀ କାରଣରୁ ଲୋକେ ଭୟରେ ମନ୍ଦିର ଯିବା ବନ୍ଦ କରିଦେଇଥିଲେ। ଏମିତି କି ମନ୍ଦିର ପାଖକୁ ଯିବାକୁ ବି ଡରୁଥିଲେ ସ୍ଥାନୀୟ ବାସିନ୍ଦା। ମାଓ ହିଂସାରେ ଜର୍ଜରିତ ସୁକମାର କେରଲାପେନ୍ଦା ଗାଁରେ ଭୟ ଓ ଆତଙ୍କରେ ବନ୍ଦ ଥିବା ଶ୍ରୀରାମ ମନ୍ଦିରକୁ ଖୋଲି ପୂଜାର୍ଚ୍ଚନା ପାଇଁ ଲୋକଙ୍କୁ ହସ୍ତାନ୍ତର କରିବା ସହ ସୁରକ୍ଷା ପ୍ରଦାନ କରିଛନ୍ତି ସିଆରପିଏଫ ଯବାନ । ୨୦୧୦ ମସିହାରେ ଏହି ଅଞ୍ଚଳରେ ମାଓବାଦୀ ଆମ୍ବୁସରେ ଫସି ୭୬ ଯବାନ ସହିଦ ହୋଇଥିଲେ । ୨୦୧୧ରେ ସେହି ଅଞ୍ଚଳରେ ମାଓ ବିରୋଧୀ ଅପରେସନ ବେଳେ ସହିଦ ହୋଇଥିଲେ ୨୨ ଯବାନ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |