ଭୁବନେଶ୍ୱର,୯।୪: ସାଲେପୁରରୁ ନିର୍ବାଚନ ଲଢିପାରନ୍ତି ଅରିନ୍ଦମ ରୟ। ସାଲେପୁରର ଭାଜପା ପ୍ରାର୍ଥୀ ପ୍ରକାଶ ବେହେରା ଭାଜପା ଛାଡି ବିଜେଡିରେ ମିଶିବା ପରେ ସାଲେପୁରରୁ ଭାଜପା କାହାକୁ ଟିକେଟ୍ ଦେବ। ସେନେଇ କଳ୍ପନାଜଳ୍ପନା ବୃଦ୍ଧି ପାଇଛି। ସାଲେପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସାହେଶ୍ୱରୀଙ୍କ ଦର୍ଶନ କରିବା ପରେ ଅରିନ୍ଦମ ସାଲେପୁରରୁ ଭାଜପା ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଏପରିକି ଅରିନ୍ଦମ କହିଛନ୍ତି, ଯଦି ସାଲେପୁରବାସୀ ସୁଯୋଗ ଦିଅନ୍ତି ସେ ହାତ ଛଡା କରିବେ ନାହିଁ । ଯାହାକୁ ନେଇ କୁହାଯାଉଛି ଭାଜପା ଅରିନ୍ଦମଙ୍କୁ ସାଲେପୁରରୁ ଟିକେଟ୍ ଦେଇପାରେ। ସୂଚନାଯୋଗ୍ୟ, ନିକଟରେ ଅରିନ୍ଦମ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |