ଭୁବନେଶ୍ୱର,୧୧।୪: ଆଜି ସମଗ୍ର ଦେଶର ଇଦ୍ ଉଲ୍ ଫିତର ପାଳନ କରାଯାଉଛି। ଗୁରୁବାର ସକାଳୁ ମୁସଲମାନ ଭାଇଭଉଣୀମାନେ ନମାଜ ପାଠ କରିଛନ୍ତି। ଆଜି ପାଳିତ ହେବ ଇଦ୍-ଉଲ-ଫିତର। ୧ମାସ ଧରି ରୋଜା ଅର୍ଥାତ ଉପବାସ ରଖିଥିବା ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀମାନ ଉପବାସ ଭଙ୍ଗକରି ଏହି ପର୍ବକୁ ପାଳନ କରୁଛନ୍ତି। ଏହି ଉପଲକ୍ଷେ ଆଜି ରାଜ୍ୟର ସବୁ ମସଜିଦ ଓ ଇଦଗା ମୈଦାନ ଚଳଚଞ୍ଚଳ ହୋଇଉଠିଲାଣି। ସକାଳୁ ସକାଳୁ ସମୂହ ନମାଜ ପାଠ ପାଇଁ ବିଭିନ୍ନ ମସଜିଦରେ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳିଛି। ସମୂହ ନମାଜ ପାଠ ପରେ ପରସ୍ପରକୁ ଇଦ ମୁବାରକ ଜଣାଇବେ ସଭିଁଏ। ଏହାପରେ ଘରେ ଘରେ ସୁସ୍ୱାଦୁ ବ୍ୟଞ୍ଜନ ସାଙ୍ଗକୁ ମଉଜର ଆସର ଜମିବ।ପବିତ୍ର ରମଜାନ ମାସରେ, ମୁସଲମାନ ଭାଇ ଭଉଣୀମାନେ ରୋଜା ପାଳନ କରନ୍ତି ଏବଂ ନିୟମିତ ଭାବେ ଆଲ୍ଲାଙ୍କୁ ପ୍ରାର୍ଥନା ଓ ପ୍ରଣାମ କରନ୍ତି । ଇମ-ଉଲ-ଫିତର ପର୍ବର ଶୁଭ ଅବସର, ଯାହା ରମଜାନର ସମାପ୍ତିକୁ ଦର୍ଶାଇବା ସହିତ ଭ୍ରାତୃଭାବ ଓ ସୌହାର୍ଦ୍ଦ୍ୟର ଭାବନାକୁ ଦୃଢୀଭୂତ କରିବା ପାଇଁ ଏହାକୁ ଏକ ଉତ୍ସବ ଭାବରେ ପାଳନ କରାଯାଏ । ଇଦ୍-ଉଲ୍-ଫିତର ମଧ୍ୟ ଆମମାନଙ୍କୁ ମାନବ ସମାଜର ସେବାରେ ନିଜକୁ ପୁନଃ ଉତ୍ସର୍ଗ କରିବା ଏବଂ ଆବଶ୍ୟକ କରୁଥିବା ଲୋକଙ୍କ ଜୀବନରେ ଉନ୍ନତି ଆଣିବା ଲାଗି ଏକ ସୁଯୋଗ ଦେଇଥାଏ ।କଟକସ୍ଥିତ ଅଞ୍ଜୁମନ ଇସଲାମିୟା ଚାନ୍ଦ କମିଟି ଆଜି ଇଦ୍ ପାଳନ ପାଇଁ ନିଷ୍ପତ୍ତି ନେଇଥିଲା।ଇଦ୍ ନେଇ ଭାଇଚାରର ସହର କଟକରେ ଇସଲାମ ଧର୍ମାବଲମ୍ବୀଙ୍କ ଭିତରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ବିଭିନ୍ନ ମସଜିଦରେ ସମୂହ ନମାଜ ପାଠ ପଢିବା ପାଇଁ ପ୍ରସ୍ତୁତି କରାଯାଇଛି। ନିଷ୍ଠାର ସହ ପୂରା ମାସ ପବିତ୍ର ରୋଜା ବା ଉପବାସ ପାଳିଥିଲେ ଇସଲାମ ଧର୍ମାବଲମ୍ବୀ। ଅନ୍ୟପକ୍ଷରେ ଭଦ୍ରକ ସହରରେ ବି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।ମଙ୍ଗଳବାର ଆକାଶରେ ଚାନ୍ଦ(ଚନ୍ଦ୍ର) ଦେଖାନଯିବା କାରଣରୁ ଗୁରୁବାର ଇଦ୍ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଇସଲାମିକ ପରମ୍ପରା ଅନୁସାରେ, ଇଦ୍ ପର୍ବ ପାଳନ ପାଇଁ ଚାନ୍ଦ ଦୃଶ୍ୟମାନ ହେବା ଜରୁରୀ । ଯଦି ପବିତ୍ର ରମଜାନ୍ ମାସର ୨୯ତମ ଦିନରେ ଚାନ୍ଦ ଦୃଶ୍ୟମାନ ନହୁଏ ତା’ହେଲେ ୩୦ତମ ଦିନ ଉପବାସ କରାଯାଏ ଓ ତା’ର ପରଦିନ ଇଦ୍ ଉଲ-ଫିତର ପାଳନ କରାଯାଏ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |