ଭୁବନେଶ୍ୱର,୧୨ା୪: ନବୀନ ନିବାସରେ ଓଡ଼ିଆ ଫିଲ୍ମ ଅଭିନେତା ଓ ଅଭିନେତ୍ରୀଙ୍କ ଭିଡ଼। ଆଜି ନବୀନ ନିବାସରେ ଦେଖିବାକୁ ମିଳିଛି ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିର ଲୋକପ୍ରିୟ କଳାକାରଙ୍କ ଭିଡ଼ । ମେଗା ଷ୍ଟାର ବାବୁସାନ୍-ଅମ୍ଳାନଙ୍କ ସହ ଅନେକ ସିନେ ଷ୍ଟାର ଏବେ ନବୀନ ନିବାସରେ ଡେରା ପକାଇଛନ୍ତି । ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ଆଜି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ କଳାକାର ନବୀନ ନିବାସରେ ପହଞ୍ଚିଛନ୍ତି । ଏଥିରେ ବାବୁସାନ୍, ଅମ୍ଳାନ, ସୁପ୍ରିୟା, ଦେବାଶିଷ, ଭୂମିକା, ସମ୍ବିତ, ସ୍ୱରାଜ, ଶୈଳେନ୍ଦ୍ରଙ୍କ ସହ ଶଙ୍କର ପ୍ରଧାନ, ପ୍ରଜ୍ଞା ଖଟୁଆ, ଗୁଡୁ ଓ ଅନେକ ୟୁଟ୍ୟୁବର ମଧ୍ୟ ସାମିଲ ରହିଛନ୍ତି । ତେବେ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କଳାକାରଙ୍କ ପାଦ ପଡ଼ିବା ପରେ ରାଜ୍ୟ ରାଜନୀତିରେ ଏବେ ଚହଳ ପଡ଼ିଛି । ମେଗାଷ୍ଟାରଙ୍କୁ ନେଇ କିଭଳି ପ୍ଲାନ କରୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ? ଚର୍ଚ୍ଚା ହେଉଛି ଯେ, ମୁଖ୍ୟମନ୍ତ୍ରୀ ଏବଂ ବିଜୁ ଜନତା ଦଳ ପାଇଁ ଏଥର ପ୍ରଚାର ମଇଦାନକୁ ଓହ୍ଲାଇପାରନ୍ତି ବାବୁସାନ ଏବଂ ଅମ୍ଳାନଙ୍କ ସହ ଏହି ସିନେ ଷ୍ଟାର ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |