ତାମିଲନାଡ଼ୁର ତିରୁଚିରାପଲ୍ଲିର ଏଟ୍ଟାରାଇ ଗାଁରେ ଫ୍ଲାଇଂ ସ୍କ୍ୱାର୍ଡ ଚଢ଼ାଉ

ନୂଆଦିଲ୍ଲୀ, ୧୩ା୪ :ତାମିଲନାଡ଼ୁର ତିରୁଚିରାପଲ୍ଲିର ଏଟ୍ଟାରାଇ ଗାଁରେ ଫ୍ଲାଇଂ ସ୍କ୍ୱାର୍ଡ ଚଢ଼ାଉ|ଆକ୍ସନ ମୁଡକୁ ଆସିଗଲାଣି ଫ୍ଲାଇଂ ସ୍କ୍ୱାର୍ଡ । ସହରଠୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଜୋରଦାର ହେଲାଣି ଚଢ଼ାଉ। ଗତକାଲି ରାତିରେ ତାମିଲନାଡ଼ୁର ଏକ ଗାଁରେ ଚଢ଼ାଉ କରି ଫ୍ଲାଇଂ ସ୍କ୍ୱାର୍ଡ ଟିମ୍‌ କୋଟିଏ ଟଙ୍କା ଜବତ କରିଛି।ତାମିଲନାଡ଼ୁର ତିରୁଚିରାପଲ୍ଲିର ଏଟ୍ଟାରାଇ ଗାଁରେ ଫ୍ଲାଇଂ ସ୍କ୍ୱାର୍ଡ ଚଢ଼ାଉ କରି ଯାହା ଦେଖିଲେ ସେମାନଙ୍କ ଆଖି ଖୋସି ହୋଇଗଲା। ଏଟ୍ଟାରାଇ ଗାଁର ଏକ ଘରୁ ବ୍ୟାଗରେ ଭର୍ତ୍ତି ହୋଇଥିବା କୋଟିଏ ଟଙ୍କା ଜବତ ହୋଇଛି।ଘଟଣା ସମ୍ପର୍କରେ ସୂଚନା ଦେବାକୁ ଯାଇ ଜିଲ୍ଲା କଲେକ୍ଟର ପ୍ରଦୀପ କୁମାର କହିଛନ୍ତି, ନିର୍ବାଚନୀ ନିୟନ୍ତ୍ରଣ କଣ୍ଟ୍ରୋଲ ରୁମ୍‌କୁ ଏକ କଲ୍‌ ଆସିଥିଲା। ଏହାପରେ ଟିମ୍‌ ପକ୍ଷରୁ ତୁରନ୍ତ ଏଟ୍ଟାରାଇ ଗାଁରେ ଚଢ଼ାଉ କରାଯାଇ ଏକ ବ୍ୟାଗରୁ କୋଟିଏ ଟଙ୍କା ଜବତ କରାଯାଇଛି।ଏତେ ଟଙ୍କା କେଉଁ ଆଡ଼ୁ ଆସିଲା, ଆୟକର ଅଧିକାରୀ ତାହାର ଯାଞ୍ଚ କରୁଥିବା ବେଳେ ଏହା କାହାର ଓ କେଉଁ ଉଦ୍ଦେଶ୍ୟରେ ରଖା ଯାଇଥିବା ତାହାର ଯାଞ୍ଚ ଚାଲିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।ତାମିଲନାଡ଼ୁର ୩୯ ଲୋକସଭା ନିର୍ବାଚନ ନିମନ୍ତେ ଆସନ୍ତା ୧୯ ଏପ୍ରିଲରେ ମତଦାନ ହେବ । ଭୋଟ ଗଣତି ଆସନ୍ତା ୪ ତାରିଖରେ ହେବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!