ରାଜ୍ୟର ବିଭିନ୍ନ ସ୍ଥାନର ବଢ଼ିଛି ତାପମାତ୍ରା ,ତାତିରେ ରେକର୍ଡ ଭାଙ୍ଗିଲା

ଭୁବନେଶ୍ୱର,୧୪ା୪: ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ପୁଣି ବଢ଼ିଛି। ରବିବାର ସାଢ଼େ ୧୧ଟା ସୁଦ୍ଧା ୫ ସହରର ତାପମାତ୍ରା ୩୫ ଡିଗ୍ରୀ ଟପିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୭.୪ ଡିଗ୍ରୀ ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂତ୍ରରୁ ପ୍ରକାଶ। ସେହିପରି ଚାନ୍ଦବାଲିରେ ତାପମାତ୍ରା ୩୭ ଡିଗ୍ରୀ ଥିବା ବେଳେ ଝାରସୁଗୁଡ଼ାରେ ୩୬.୬ ଡିଗ୍ରୀ, ବାଲେଶ୍ୱରରେ ୩୫.୮ ଡିଗ୍ରୀ, ରାଉରକେଲାରେ ୩୫.୪ ଡିଗ୍ରୀ ଓ ପାରାଦୀପରେ ତାପମାତ୍ରା ୩୫.୧ ଡିଗ୍ରୀ ରେକର୍ଡ କରାଯାଇଛି।ଅନ୍ୟପକ୍ଷରେ କେନ୍ଦୁଝର ଓ ସମ୍ବଲପୁରର ତାପମାତ୍ରା ୩୪.୬ ଡିଗ୍ରୀ ଥିବା ବେଳେ ଗୋପାଳପୁରରେ ୩୪.୪ ଏବଂ ପୁରୀରେ ତାପମାତ୍ରା ୩୪.୩ ଡିଗ୍ରୀ ରହିଛି। ଏହି ତାପମାତ୍ରା ଆହୁରି ବଢ଼ିବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ।ଗତକାଲି ଭୁବନେଶ୍ୱରର ଦିନର ସର୍ବୋଚ୍ଚ ତାପମାତ୍ରା ୩୮.୪ ଡିଗ୍ରୀ ଥିବା ବେଳେ ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ଏହା ୩୭.୪ ଡିଗ୍ରୀରେ ପହଞ୍ଚି ସାରିଲାଣି। ତେଣୁ ତାତି ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି। ଆଜି ସାଢ଼େ ୧୧ଟା ସୁଦ୍ଧା ରାଜଧାନୀ ଭୁବନେଶ୍ବର ରାଜ୍ୟର ଉତ୍ତପ୍ତ ସହର ରହିଥିବା ବେଳେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ ଉପରେ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।ଆଜି ସକାଳ ସାଢେ ୮ଟା ସୁଦ୍ଧା ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୩୦ ଡିଗ୍ରୀରୁ ଅଧିକ ଥିବା ବେଳେ ପାରାଦୀପରେ ତାପମାତ୍ରା ୩୧.୨ ଡିଗ୍ରୀ, ଚାନ୍ଦବାଲିରେ ୩୧.୨ ଡିଗ୍ରୀ, ଭୁବନେଶ୍ୱରରେ ୩୦.୨ ଡିଗ୍ରୀ, ବାଲେଶ୍ୱରରେ ୩୦.୨ ଡିଗ୍ରୀ, ପୁରୀରେ ୩୦.୨ ଡିଗ୍ରୀ, ଝାରସୁଗୁଡ଼ାରେ ୨୯.୮ ଡିଗ୍ରୀ , ରାଉରକେଲାରେ ଡିଗ୍ରୀ, ଗୋପାଳପୁରରେ ୨୮.୬ ଡିଗ୍ରୀ, କେନ୍ଦୁଝରରେ ୨୮.୪ ଡିଗ୍ରୀ, ସମ୍ବଲପୁରରେ ୨୮.୪ ଡିଗ୍ରୀ ଓ ହୀରାକୁଦରେ ୨୭.୬ ଡିଗ୍ରୀ ରେକର୍ଡ କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!