କଟକ,୧୫ା୪:କଟକ ଜିଲ୍ଲା ବାଙ୍କୀ ଥାନା ଭେଡ଼ା ରାମଚନ୍ଦ୍ରପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ଼ ହୋଇଛି। ବୋମାମାଡ଼ରେ ୬ଜଣ ଆହତ ହୋଇଥିବା ବେଳେ, ୨ଜଣ ଗୁରୁତର ଅଛନ୍ତି। ଆହାତ ମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ପୂର୍ବରୁ ବାଙ୍କିରେ ବୋମା ମାଡ଼। ଦୁଇ ସାହି ମଧ୍ୟରେ ଅନେକ ଦିନ ଧରି ଗୋଷ୍ଠୀ ସଂଘର୍ଷ ଲାଗି ରହିଥିଲା। ଭେଡ଼ା ରାମଚନ୍ଦ୍ରପୁର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିଲେ। ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀ ଉପରକୁ ବୋମାମାଡ଼ କରିଥିଲେ। ଏହି ବୋମାମାଡ଼ରେ ୬ଜଣ ଗୁରୁତର ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଂକଟାପନ୍ନ ହୋଇଛି। ଗୁରୁତର ଆହତଙ୍କୁ ସ୍ଥାନୀୟ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବାବେଳେ ସଂକଟାପନ୍ନ ଥିବା ୨ଜଣଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି।ଏ ସଂଘର୍ଷ ଏତେ ଭୟଙ୍କର ହୋଇଥିଲା ଯେ ଆଜି ସନ୍ଧ୍ୟାରେ ବୋମାଡ଼ କରିଥିଲେ ଦୁର୍ବୃତ୍ତ ମାନେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାଡ଼ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତ ମାନେ ବୋମାଡ଼ କରି ଘଟଣା ସ୍ଥଳରୁ ଫେରାର ଅଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |