ଝରୀଗାଁ , ୧୭।୪|ଝରୀଗାଁ ଚଚା ଅଧିଷ୍ଠାତ୍ରୀ ଦେବୀ ମା’ ଠାକୁରାଣୀ ଚୈତ୍ର ଯାତ୍ରା ଆରମ୍ଭ ହୋଇଛି । ଏଥି ପାଇଁ ସମଗ୍ର ସହର ଚଳଚଞ୍ଚଳ ହୋଇ ଉଠିଛି । ଶୁକ୍ରବାର ସନ୍ଧ୍ୟାରେ ସ୍ଥାନୀୟ ଗୌନ୍ତିଆ ଙ୍କ ଘରୁ ପୂଜାର୍ଚ୍ଚନା ପରେ ମା’ଙ୍କ କ କଲିସି କୁ ଠାକୁରାଣୀ ମନ୍ଦିର ସ୍ଥିତ ମନ୍ଦିର ପୂଜକଙ୍କ ଘରକୁ ନେଇ ସେଠାରେ ପୂଜା ପାଇବା ପରେ ବହୁ ଆଡ଼ମ୍ବରରେ ମା’ଙ୍କ ଘଟ ନଗର ପରିକ୍ରମା ରେ ବାହାରି ଥାଏ । ଦୁଆର କୁ ଲିପା ପୋଛା କରିବା ସହ ମହିଳାମାନେ ନିଜ ନିଜର ଦାଣ୍ଡ ଝୋଟି ଦେଇ ମା’ଙ୍କ ସଦୃଶ କଲିସି କୁ ବନ୍ଦାପନା କରି ସ୍ଵାଗତ କରିଥାନ୍ତି । ୫ ଦିନ ଧରି ଗ୍ରାମ ପରିକ୍ରମା ପରେ ମାଁ ଙ୍କ କଲିଶି (ଘଣ୍ଟ) ଆସି ପୀଠରେ ପୂଜା ସମ୍ପନ୍ନ ହୋଇଥାଏ ।ମା’ ଠାକୁରାଣୀ ଙ୍କ ଉପରେ ରେ ଅଞ୍ଚଳବାସୀଙ୍କ ରହିଛି ଆସୁ ଓ ବିଶ୍ବାସ । ବର୍ଷ ତମାମ ଭକ୍ତମାନଙ୍କୁ ମା’ ନିଜ ମନ୍ଦିରରେ ଦର୍ଶନ ଦେଉଥିବା ବେଳେ ମା’ଙ୍କ ଚୈତ୍ର ପର୍ବ ସମୟରେ କିନ୍ତୁ ମା’ଙ୍କ ପ୍ରତି ମୂର୍ତ୍ତି ମା ସ୍ୱରୂପ ଘଟ ( କଳସୀ) ମନ୍ଦିରରୁ ବାହାରି ନଗର ପରିକ୍ରମା ଭକ୍ତଙ୍କ ଦୁଆର ମୁହଁରେ ଦର୍ଶନ ଦେଇଥାନ୍ତି । ୧୦ ଜଣ କିଶୋରୀ ଝିଅ ଙ୍କ ଦ୍ଵାରା ମା’ ଠାକୁରାଣୀଙ୍କ ଘଟବୁହା ହୋଇ ସହରର ସମସ୍ତ ଘରକୁ ଘର ପରିକ୍ରମା କରାଯାଇଥାଏ ।ତେବେ ଆଶ୍ଚର୍ଯ୍ୟର ବିଷୟ ଯେ ମା’ଙ୍କ ଯାତ୍ରାର ଦିନେ ପୂର୍ବରୁ ମା’ଙ୍କ ଘଟ (କଳସୀ)କୁ କେଉଁ କୁମାରୀ କନ୍ୟା ଧାରଣ କରିବେ ତାହା ଉପରେ ମୁଖ୍ୟ ପୂଜକଙ୍କୁ ସ୍ୱପ୍ନାଦେଶ ହୋଇଥାଏ । ତା’ ପରେ ପୂଜକ ସେହି ଘରକୁ ଯାଇ କିଶୋରୀ ମାନଙ୍କୁ ମନ୍ଦିରକୁ ନେଇ ଆସନ୍ତି । ଏହା ପରେ ମା’ଙ୍କ ମନ୍ଦିରରେ ସ୍ଥାନୀୟ କିଛି ମହିଳା ଏବଂ ପୁରୁଷଙ୍କ ଦେହରେ କାଳିସୀ ରୂପରେ ମା’ଙ୍କ ଆବିର୍ଭାବ ହୋଇଥାଏ ପରେ ମା’ଙ୍କ ଘଟ ସହର ଅଭିମୁଖେ ବାହାରି ଥାଏ । ଏହି ସମୟରେ ମା’ଙ୍କ ଦର୍ଶନ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ଵାସ ରହିଛି। ଯାହାଫଳରେ କି ସମସ୍ତ କାମରେ ସୁଖ, ସମୃଦ୍ଧି ଓ ସଫଳତା ମିଳିଥାଏ ବୋଲି ବିଶ୍ଵାସ ରହିଛି ବୋଲି କହିଛନ୍ତି ମୁଖ୍ୟ ପୂଜାରୀ ସୀତାରାମ ପୂଜାରୀ । ଚଚା ଠାରେ ପ୍ରଥମ ଥର ହେଉଥିବା ହେତୁ ବହୁତ ଉଚ୍ଚଇହ ଓ ଖୁସୀ ମହଲ ଦେଖିବାକୁ ମିଳିଥିଲା ମା’ଙ୍କ ଏହି ଚୈତ୍ର ଯାତ୍ରା ଦିନ ରକ୍ତ ରଞ୍ଜିତ ହୋଇଥାଏ ମା ଠାକୁରାଣୀଙ୍କ ବହୁ ସଂଖ୍ୟାରେ ମାନସିକଧାରୀମାନେ ଏଠାକୁ ଆସି ପଶୁ ଓ ପକ୍ଷୀ ବଳିଦେବାର ପରମ୍ପରା ରହି ଆସିଛି । ସେଭଳି ଜିଲ୍ଲାର ପ୍ରତ୍ୟେକ ଗ୍ରାମମାନଙ୍କରେ ଚୈତ୍ର ବା କଲସି ଯାତ୍ରା ପର୍ବ ପାଳନ ଆରମ୍ଭ ହୋଇଯାଇଛି । ଗ୍ରାମ ମ ଦେବାଦେବୀଙ୍କୁ ପୂଜାର୍ଚ୍ଚନ ସହ ଘଟ ପରିକ୍ରମ ଦୃଶ୍ୟ ଏବେ ପରିକ୍ରମ| କରିଥାଏ । ଗୌନ୍ତିଆ ପିତାମ୍ବର ପୂଜରୀ, ରୂପଧର ଗlଣ୍ଡା ହରିଚନ୍ଦ୍ର ଚାଲାଣ, ଦଳପତି ମାଝୀ, ଯୁଧିଷ୍ଠିର ମାଝୀ (ସଭାପତି ) ଜଗତରାମ ଗlଣ୍ଡା, କେଶବ ଭତ୍ର, ଜଗନ୍ନାଥ ଭତରା, ଇନ୍ଦିର ପୂଜାରୀ, ଉଚ୍ଚବ ସୁନାନୀ, ହେମନ୍ତ ମାଝୀ, , ମଣ୍ଟୁ ପୂଜାରୀ, ଶଙ୍କର ଗୌଡ଼, ଦେବେନ ଗୌଡ଼ ପୂଜା କମିଟି ଉପସ୍ଥିତି କହିଥିଲେ|
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |