ଦୁବାଇରେ ବନ୍ୟା : ଭାରତର ୨୮ ବିମାନ ବାତିଲ୍‌

ନୂଆଦିଲ୍ଲୀ,୧୭।୪: ଦୁବାଇରେ ପ୍ରବଳ ବର୍ଷା ଓ ଝଡ଼ କାରଣରୁ ସାଧାରଣ ଜୀବନଯାପନ ବାଧାପ୍ରାପ୍ତ ହୋଇଛି। ଗୋଟିଏ ଦିନରେ ଏପରି ବର୍ଷା ହୋଇଛି ଯେ, ଚାରିଆଡ଼େ କେବଳ ପାଣି ହିଁ ପାଣି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତର ୨୮ଟି ବିମାନକୁ ବାତିଲ୍ କରାଯାଇଛି। ପ୍ରବଳ ବର୍ଷା ଓ ଝଡ଼ ତୋଫାନ ଯୋଗୁଁ ବ୍ୟାପକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ବେହାଲ ହୋଇପଡ଼ିଛି ଦୁବାଇ। ବୃଷ୍ଟିପାତ ଯୋଗୁ ବିମାନ ଉଡ଼ାଣରେ ବିଳମ୍ବ ଏବଂ ଗତିପଥ ପରିବର୍ତ୍ତନ ହେବାସହ କାରଗୁଡିକ ରାସ୍ତାରେ ଭାସୁଥିବା ଦେଖିବାକୁ ମିଳିଛି। ଅତି ଆବଶ୍ୟକ ନଥିଲେ ଦୁବାଇ ବିମାନବନ୍ଦରକୁ ନ ଆସିବାକୁ ଯାତ୍ରୀମାନଙ୍କୁ ଚେତାବନୀ ଦିଆଯାଇଛି। ଏନେଇ ଦୁବାଇ ବିମାନବନ୍ଦର ମୁଖପାତ୍ର କହିଛନ୍ତି, ‘‘ଲଗାତର ଭାବେ ବିମାନଗୁଡ଼ିକ ବିଳମ୍ବ ଏବଂ ଗତିପଥ ପରିବର୍ତ୍ତନ ହେଉଛି। ଅତ୍ୟନ୍ତ ଆହ୍ବାନମୂଳକ ପରିସ୍ଥିତିରେ ଯଥାଶୀଘ୍ର ଅପରେସନ୍ ସ୍ଵାଭାବିକ କରିବା ପାଇଁ ଆମେ କଠିନ ପରିଶ୍ରମ କରୁଛୁ।” ଉଭୟ ଦୁବାଇ ଅଭିମୁଖେ ଆସିବାକୁ ଥିବା ଏବଂ ଦୁବାଇରୁ ଉଡ଼ାଣ ଭରିବାକୁ ଥିବା ୫୦୦ରୁ ଊର୍ଦ୍ଧ୍ବ ବିମାନ ବାତିଲ, ଗତିପତ ପରିବର୍ତ୍ତନ କିମ୍ବା ବିଳମ୍ବ ହୋଇଛି। ଭାରତୀୟ ବିମାନ ଚଳାଚଳ କର୍ତ୍ତୃପକ୍ଷ ଦୁବାଇ ଅଭିମୁଖେ ଯାଉଥିବା ପ୍ରାୟ ୧୫ଟି ବିମାନକୁ ବାତିଲ କରିଥିବାବେଳେ ଭାରତକୁ ଆସିବାକୁ ଥିବା ୧୩ଟି ବିମାନ ବାତିଲ କରାଯାଇଛି।ଦୁବାଇର ଫ୍ଲାଗସିପ୍ ଏମିରେଟ୍ସ ଏୟାରଲାଇନ୍ସ କହିଛି ଯେ, ‘‘ଦୁବାଇରେ ଖରାପ ପାଗ ଯୋଗୁ ଯାତ୍ରା ବିଶୃଙ୍ଖଳା ସୃଷ୍ଟି ହୋଇଥିବାରୁ ଯାତ୍ରୀମାନଙ୍କ ପାଇଁ ସମସ୍ତ ଚେକ୍ ଇନ୍ ବନ୍ଦ କରାଯାଇଛି। ସମସ୍ତ ନିର୍ଦ୍ଧାରିତ କାର୍ଯ୍ୟକୁ ସ୍ଵାଭାବିକ କରିବା ପାଇଁ ଏମିରେଟ୍ସ କଠିନ ପରିଶ୍ରମ କରୁଛି ଏବଂ ପ୍ରଭାବିତ ଯାତ୍ରୀମାନଙ୍କୁ ଆମ ଦଳ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବ।’’

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!