ଲୋକସଭା ନିର୍ବାଚନ ୨୦୨୪ ପାଇଁ ଟିଏମସିର ନିର୍ବାଚନୀ ଇସ୍ତାହାର ଘୋଷଣା

ନୂଆଦିଲ୍ଲୀ,୧୭।୪: ଲୋକସଭା ନିର୍ବାଚନ ୨୦୨୪ ପାଇଁ  ଟିଏମସିର ନିର୍ବାଚନୀ ଇସ୍ତାହାର ଘୋଷଣା ହୋଇଛି । ବୁଧବାର ଏହି ଇସ୍ତାହାରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୧୦ଟି ଶପଥ ନେଇଛନ୍ତି । ସେ କହିଛନ୍ତି ନାଗରିକ ସଂଶୋଧନ ଆଇନ, ନାଗରିକ ପଞ୍ଜିକରଣ ଆଇନ ସମାପ୍ତ କରିବା ଲାଗି ଟିଏମସି ଇସ୍ତାହାରରେ ଘୋଷଣା କରାଯାଇଛି । ଟିଏସି ମୁଖ୍ୟ ମମତା ବାନାର୍ଜୀ କହିଛନ୍ତି ଯଦି କେନ୍ଦ୍ରରେ ତାଙ୍କ ଦଳ ସରକାରକୁ ଆସେ ତାହେଲେ CAAକୁ ଡଷ୍ଟବିନକୁ ଫୋପଡାଯିବ। ଟିଏମସି ଏହା ମଧ୍ୟ କହିଛି ଯେ ଯଦି କ୍ଷମତାକୁ ଆସେ ତେବେ ଘରେ ଘରେ ପାଞ୍ଚ କିଲୋଗ୍ରାମ ମାଗଣା ରାସନ ଦିଆଯିବ ଏବଂ ଗୋଟିଏ ବର୍ଷରେ ବିପିଏଲ ପରିବାରକୁ ୧୦ ଟି ଗ୍ୟାସ ସିଲିଣ୍ଡର ମାଗଣାରେ ଯୋଗାଇ ଦିଆଯିବ।ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନର ଦୁଇ ଦିନ ପୂର୍ବରୁ ତୃଣମୂଳ କଂଗ୍ରେସ ନିଜର ନିର୍ବାଚନୀ ଇସ୍ତାହାର ଜାରି କରିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅର୍ଥନୈତିକ ପରାମର୍ଶଦାତା ଅମିତ ମିତ୍ର ସାମ୍ବାଦିକ ସମ୍ମିଳନୀରେ ଦଳର ୧୦ଟି ପ୍ରତିଶ୍ରୁତି ର ବିବରଣୀ ଦେଇଛନ୍ତି। ତୃଣମୂଳ କଂଗ୍ରେସ ଏହି ଇସ୍ତାହାରକୁ ‘ଦିଦିଙ୍କ ଶପଥ’ ନାମ ଦେଇଛି। କେନ୍ଦ୍ରରେ ଭାରତ ମେଣ୍ଟ ସରକାର ଗଠନ ହେଲେ ଏହି ପ୍ରତିଶ୍ରୁତି ପୂରଣ ହେବ ବୋଲି ଦଳ କହିଛି।ଦଳର ଇସ୍ତାହାରରେ ୧୦୦ ଦିନିଆ ଯୋଜନା, ରାସନ, ଗ୍ୟାସ ସିଲିଣ୍ଡର ଓ ବାସଗୃହ ସହ ନାଗରିକତା ସଂଶୋଧନ ଆଇନ, ଏନଆରସି ଓ ୟୁନିଫର୍ମ ସିଭିଲ କୋଡ୍ ବିଷୟରେ ଉଲ୍ଲେଖ ରହିଛି। କେନ୍ଦ୍ର ସରକାରଙ୍କ ଅନେକ ପ୍ରକଳ୍ପର ବିକଳ୍ପ ଭାବେ ଦଳ ନୂଆ ଯୋଜନା ଘୋଷଣା କରିଛି। ଲକ୍ଷ୍ମୀ ଭଣ୍ଡାର ଏବଂ ଆୟୁଷ୍ମାନ ଭାରତ ବଦଳରେ ଲଖପତି ଦିଦିଙ୍କ ବିକଳ୍ପ ଭାବରେ ସ୍ୱାସ୍ଥ୍ୟ ସାଥୀ ବୀମା ଯୋଜନା କରିବାକୁ ଏଥିରେ ପ୍ରତିଶ୍ରୁତି ଦିଆଯାଇଛି ।ଟିଏମସି ନିର୍ବାଚନୀ ଇସ୍ତାହାର ପ୍ରକାଶ କରି ଦଳର ନେତା ଡେରେକ ଓ’ବ୍ରାଇନ୍ କହିଛନ୍ତି  । ଯଦି କେନ୍ଦ୍ରରେ ଟିଏମସି ସରକାର ଗଠନ ହୁଏ, ତେବେ ଶ୍ରମିକ ମାନଙ୍କ ମଜୁରି ଦିନକୁ ୪୦୦ ଟଙ୍କାକୁ ବୃଦ୍ଧି କରାଯିବ, ସମସ୍ତଙ୍କ ପାଇଁ ସ୍ଥାୟୀ ଘର ଦିଆଯିବ ।  ଶ୍ରମିକ ଶ୍ରେଣୀର ବ୍ୟକ୍ତିଙ୍କ ପାଇଁ ମାସକୁ ୧୦୦୦ ଟଙ୍କା ପେନ୍ସନ୍, ୬୦ ବର୍ଷ ବୟସର ବ୍ୟକ୍ତିଙ୍କୁ (ବାର୍ଷିକ ୧୨ ହଜାର ଟଙ୍କା) ଦିଆଯିବ | ଇନ୍ଧନ ଏବଂ ଏଲପିଜି ମୂଲ୍ୟ ଯାଞ୍ଚ କରାଯିବ, ମୂଲ୍ୟ ସ୍ଥିରତା ପାଣ୍ଠି ସୃଷ୍ଟି ହେବ, ୨୫ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ଛାତ୍ରଙ୍କୁ ମାସିକ ଷ୍ଟାଇପେଣ୍ଡ ମିଳିବ।  ଯେଉଁମାନେ ଅଧିକ ଉଚ୍ଚଶିକ୍ଷା ଅଧ୍ୟୟନ କରିବାକୁ ଚାହିଁବେ ସେମାନଙ୍କୁ ୧୦ ଲକ୍ଷ ଟଙ୍କା ଛାତ୍ର କ୍ରେଡିଟ କାର୍ଡ ଦିଆଯିବ। ବଙ୍ଗଳାର ଲକ୍ଷ୍ମୀ ଭଣ୍ଡାର ଜୋଜନାରେ ମହିଳାମାନେ ମାସିକ ରାଶି ପାଇବେ ଏବଂ ସମସ୍ତଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଚିକିତ୍ସା ବୀମା ରହିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!