ଆଜି ବିଶ୍ବ ଐତିହ୍ୟ ଦିବସ, ବିନା ଶୁଳ୍କରେ କୋଣାର୍କ ବୁଲି ପାରିବେ ପର୍ଯ୍ୟଟକ

ଭୁବନେଶ୍ବର,୧୮ା୪: ଆଜି ବିଶ୍ବ ଐତିହ୍ୟ ଦିବସ | ପ୍ରତିବର୍ଷ ଏପ୍ରିଲ୍‌ ୧୮ ତାରିଖକୁ ବିଶ୍ବ ଐତିହ୍ୟ ଦିବସ ଭାବେ ପାଳନ କରାଯାଏ। ଏହି ବିଶ୍ବ ଐତିହ୍ୟ ଦିବସ ଅବସରରେ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି। ଏଥିସହ ସହ ସକାଳୁ ସକାଳୁ ବିନା ଶୁଳ୍କରେ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିଛନ୍ତି ପର୍ଯ୍ୟଟକ।ସେପ୍ଟେମ୍ବର, ୨୦୨୩ ସୁଦ୍ଧା ସାରା ବିଶ୍ବରେ ୧୬୮ଟି ଦେଶରେ ସମୁଦାୟ ୧୧୯୯ଟି ବିଶ୍ବ ଐତିହ୍ୟସ୍ଥଳ ଅଛି। ଭାରତରେ ବର୍ତ୍ତମାନ ୪୨ଟି ବିଶ୍ବ ଐତିହ୍ୟ ସ୍ଥଳ ଅଛି। ଆମ ଓଡ଼ିଶାର ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ବିଶ୍ବ ଐତିହ୍ୟ ସ୍ଥଳରେ ସାମିଲ ହୋଇଛି। ସର୍ବପ୍ରଥମେ ବିଶ୍ବ ଐତିହ୍ୟ ଦିବସ, ଟ୍ୟୁନିସିଆରେ ‘ଇଣ୍ଟରନ୍ୟାସନାଲ କାଉନସିଲ୍‌ସ୍‌ ଅଫ୍‌ ମନ୍ୟୁମେଣ୍ଟସ୍‌ ଆଣ୍ଡ ସାଇଟ୍‌ସ’ ଦ୍ବାରା ଏପ୍ରିଲ୍‌ ୧୮, ୧୯୮୨ରେ ପାଳନ କରାଯାଇଥିଲା। ସେବେଠାରୁ ପ୍ରତିବର୍ଷ ଏପ୍ରିଲ୍‌ ୧୮ ତାରିଖକୁ ‘ବିଶ୍ବ ଐତିହ୍ୟ ଦିବସ’ ଭାବେ ପାଳନ କରାଯାଉଛି। ପ୍ରତ୍ୟେକ ବର୍ଷ ଏହି ଦିବସ ପାଳନ ପାଇଁ ୟୁନେସ୍କୋ ପକ୍ଷରୁ ଏକ ଥିମ୍ ରଖାଯାଏ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!