କାଲି ପ୍ରଥମ ପର୍ଯ୍ୟାୟ ଭୋଟ୍; ଆଜିଠୁ ବୁଥ୍ ଅଭିମୁଖେ ଯିବେ ପୋଲିଂପାର୍ଟି

ନୂଆଦିଲ୍ଲୀ,,୧୮।୪: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଏପ୍ରିଲ ୧୯ରୁ ଆରମ୍ଭ ହେବ ଭୋଟ୍ ଗ୍ରହଣ ।  ଆଜିଠୁ ବୁଥ୍ ଅଭିମୁଖେ ଯିବେ ପୋଲିଂପାର୍ଟି । ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୧୦୨ ସିଟ୍ ପାଇଁ ଭୋଟିଂ ହେବ । ତାମିଲନାଡ଼ୁର ସମସ୍ତ ୩୯ ସିଟ୍, ରାଜସ୍ଥାନର ୧୨, ଉତ୍ତର ପ୍ରଦେଶର ୮, ମଧ୍ୟପ୍ରଦେଶର ୬, ଆସାମ-ମହାରାଷ୍ଟ୍ର-ଉତ୍ତରାଖଣ୍ଡର ୫ଟି ଲେଖାଏଁ  ସିଟରେ ଭୋଟିଂ ହେବ । ଏମିତିରେ ଉତ୍ତର ଭାରତ ଠାରୁ ଆରମ୍ଭ ଦକ୍ଷିଣ ଭାରତ ପର୍ଯ୍ୟନ୍ତ ଏମିତି ଅନେକ ରାଜ୍ୟ ରହିଛି ଯେଉଁଠି କେବଳ ଏପ୍ରିଲ ୧୯ରେ ହିଁ ସମସ୍ତ ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେବ । ଆସନ୍ତୁ ଜାଣିବା ଏହି ତାଲିକାରେ କେଉଁ ସବୁ ରାଜ୍ୟ ସାମିଲ ଅଛି ।ଲୋକସଭା ନିର୍ବାଚନ ୨୦୨୪ ଅନ୍ତର୍ଗତ ଦେଶର ୨୧ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ସଂସଦୀୟ ଆସନରେ ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ଏଥିରେ ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ୍‌, ନାଗାଲ୍ୟାଣ୍ଡ୍‌, ରାଜସ୍ଥାନ, ସିକ୍କିମ୍‌, ତାମିଲନାଡ଼ୁ, ତ୍ରିପୁରା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ ସମେତ ଅନ୍ୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସାମିଲ ରହିଛି । ତାମିଲନାଡୁର ସମସ୍ତ ୩୯ଟି ଆସନ, ଉତ୍ତରାଖଣ୍ଡ(୫), ମେଘାଳୟ ଏବଂ ଅରୁଣାଚଳ ପ୍ରଦେଶ (୨), ସିକ୍କିମ, ନାଗାଲ୍ୟାଣ୍ଡ୍‌, ମିଜୋରାମ, ଆଣ୍ଡାମାନ୍ ନିକୋବାର, ଲାକ୍ଷାଦ୍ୱୀପ, ପୁଡ଼ୁଚେରୀରେ(୧) ଲୋକସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଶେଷ ହେବ ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!