ବରଗଡ଼ରୁ ମିଳୁଛି ପୁଳା ପୁଳା ଟଙ୍କା; ଦୁଇ ଦିନରେ ଜବତ ହେଲାଣି ୧୬ ଲକ୍ଷ

ବରଗଡ଼,୧୯ା୪: ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା ଜବତ କରିଛି। ସମ୍ପୃକ୍ତ ଯୁବକଦ୍ୱୟ ହେଲେ ବରଗଡ଼ ଜିଲା ଝାରବନ୍ଧ ଥାନା ବଲାଙ୍ଗୀର ଗ୍ରାମରର ମିତ୍ରଭାନୁ ସାହୁ ଓ ମନୋଜ କୁମାର ସାହୁ। ଥାନାରେ ସେମାନଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି। ନିର୍ବାଚନ ପୂର୍ବରୁ ଏତେ ଟଙ୍କା କାହାପାଖରୁ ଆଣି କେଉଁଠିକୁ ନେଉଥିଲେ, ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି।ପୁଲିସ୍‌ ଜବତ ଟଙ୍କା ସମ୍ପର୍କରେ ଯୁବକ ଦ୍ୱୟଙ୍କୁ ପଚାରିଥିଲା। ମାତ୍ର ସେମାନେ ସନ୍ତୋଷ ଜନକ ଉତ୍ତର ଦେଇପାରି ନଥିଲେ। ତେଣୁ ପୁଲିସ୍‌ ଟଙ୍କା ପ୍ୟାକେଟ୍‌ ସହ ଗାଡ଼ିକୁ ଜବତ କରିଛି। ଏହାସହ ଦୁଇ ବାଇକ ଆରୋହୀଙ୍କୁ ଅଟକ ରଖିଛି। ନୋଟ୍‌ ଗୁଡ଼ିକୁ ଛୋଟ ଛୋଟ ପ୍ୟାକେଟ୍‌ରେ ପ୍ୟାଙ୍କିଂ ହୋଇଥିଲା। ତେବେ ଯୁବକ ଦ୍ୱୟ ଏତେ ଟଙ୍କା ନେଇ କୁଆଡେ ଯାଉଥିଲେ ସେନେଇ ତନାଘନା ଚଳାଇଛି ପୁଲିସ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!