ଆଜି ରାଜ୍ୟରେ ତାପମାତ୍ରା ଡେଇଁଲା ୪୪ ଡିଗ୍ରୀ

ଭୁବନେଶ୍ୱର, ୨୦ା୪: ଆଜି ରାଜ୍ୟରେ ତାପମାତ୍ରା ଡେଇଁଲା ୪୪ ଡିଗ୍ରୀ|ପ୍ରଚଣ୍ଡ ତାତିରେ ଆଉଟପାଉଟ ଲୋକେ। ଆଜି  ଅସହ୍ୟ ହୋଇଛି ଗରମ। ଏ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ଆଜି ତାପମାତ୍ରା ୪୪ ଡିଗ୍ରୀ ସେଲ୍‌ସିୟସ ଛୁଇଁଛି। ୪୪.୩ ଡିଗ୍ରୀ ସହ ବୌଦ୍ଧ ପାଲଟିଛି ସର୍ବାଧିକ ଉତ୍ତପ୍ତ ସହର।ଏହା ତଳକୁ ରହିଛି ବାରିପଦା। ଆଜି ଏଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୪.୨ ଡିଗ୍ରୀ ରେକର୍ଡ କରାଯାଇଛି। ଆଜି ରାଜ୍ୟରେ ୩୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ବା ତା’ ଉପରେ ରହିଛି। ସେଥିରୁ ୧୦ଟି ସହରର ତାପମାତ୍ରା ୪୩ ଡିଗ୍ରୀ ବା ତା’ ଉପରେ ରହିଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆହୁରି 3 ଦିନ ଯାଏଁ ଜାରି ରହିବ ଗ୍ରାଷ୍ମ ଲହରୀ ଜାରି ରହିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!