ନବରଙ୍ଗପୁର(ମିହିର ଶଙ୍କର ପାତ୍ର),,୨୦ା୪: ଡାବୁଗାଁ ବ୍ଳକ ଡଙ୍ଗରିଗୁଡ଼ା ଗ୍ରାମ ପଞ୍ଚାୟତ ସଦର ମହକୂମା ରେ କର୍ମୀ ସମ୍ମିଳନୀ ଓ ବୋରିପଦର ରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଡାବୁଗାଁ ବିଧାୟକ ତଥା ବିଧାୟକ ପ୍ରାର୍ଥୀ ମନୋହର ରନ୍ଧାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସରକାରଙ୍କ ଯୋଜନା ଉପରେ ବ୍ୟାପକ ଆଲୋଚନା କରି କର୍ମୀମାନଙ୍କୁ ତଥା ଜନସାଧାରଣ ଙ୍କୁ ସୂଚନା ଦେଇଥିଲେ l ଆଗାମୀ ନିର୍ବାଚନରେ ଆମକୁ ଯେପରି ଅଧିକରୁ ଅଧିକ ଭୋଟ ମିଳିବ, ଶତ ପ୍ରତିଶତ ଜିତିବା ସେଥିପ୍ରତି ସଜାଗ ହେବା ପାଇଁ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ l ଉକ୍ତ ଦୁଇଟି କାର୍ଯ୍ୟକ୍ରମ ରେ ଡାବୁଗାଁ ବିଜେଡି ବ୍ଳକ ସଭାପତି ସୁରେନ୍ଦ୍ର କୁମାର ମିଶ୍ର ଙ୍କ ସଭାପତିତ୍ବରେ ସାଂସଦ ପ୍ରତିନିଧି ଏମ୍ ଆପା ରାଓ, ବିଧାୟକ ପ୍ରତିନିଧି ଏମ୍ ବୁଲୁ ରାଓ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ଯ ବିଜୟ ବେହେରା, ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋୟୀ,ପଞ୍ଚାୟତ ସମିତି ଉପାଧ୍ଯକ୍ଷ ସଦାନନ୍ଦ ନାୟକ, ପୂର୍ବତନ ଡାବୁଗାଁ ସରପଞ୍ଚ ତଥା ଡାବୁଗାଁ ଗ୍ରାମ ପଞ୍ଚାୟତ ସଭାପତି ବରିଷ୍ଠ ନେତା ଜୀ ପ୍ରକାଶ ରାଓ, ଡଙ୍ଗରିଗୁଡ଼ା ସରପଞ୍ଚ ରାମ କୁମାର ଗଣ୍ଡ, ଟି ମୁରଲୀ ରାଓ ପ୍ରମୂଖ ବହୁ ସଂଖ୍ୟାରେ ଉପସ୍ଥିତ ରହି ଥିବାବେଳେ ଉକ୍ତ ଗ୍ରାମର ପଲିତ୍ ସୁନା ଙ୍କ ସହ ଚଉଦଟି ପରିବାର ବିଜେଡି ର ନୀତି ଆଦର୍ଶ ଓ ବିଧାୟକ ଶ୍ରୀ ରନ୍ଧାରୀ ଙ୍କ ଲୋକ ପ୍ରିୟତା ଦେଖି ଖୁସି ହୋଇ ଏହି ଦଳରେ ସାମିଲ ହୋଇଥିଲେ l ବିଧାୟକ ଙ୍କ ସହ ଅନ୍ୟ ଅତିଥି ମାନଙ୍କ ଦ୍ଵାରା ଉତ୍ତରୀୟ ଓ ପୁଷ୍ପମାଲ୍ଯ ଦେଇ ସମ୍ମାନୀତ କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |