ଆଜି ଶ୍ରୀମନ୍ଦିରରେ ଦୟଣା ଚୋରି ନୀତି

 

ପୁରୀ ,,୨୧।୪:ଆଜି ଶ୍ରୀମନ୍ଦିରରେ ହେବ ମହାପ୍ରଭୁଙ୍କ ଦୟଣା ଚୋରି ନୀତି । ବାଙ୍ଗାଲୋରରୁ ଆସି ପହଞ୍ଚିଛି ମହାପ୍ରଭୁଙ୍କ ଦୟଣା । ଓଡ଼ିଶା ଜଳବାୟୁରେ ଦୟଣା ଉତ୍ପାଦନ ହେଉ ନଥିବାରୁ ବାଙ୍ଗାଲୋରରୁ କିଛି ଓଡ଼ିଆ ଏହାକୁ ପଠାଇଛନ୍ତି । ପୂର୍ବରୁ ଦକ୍ଷିଣ ଭାରତରୁ ମହାପ୍ରଭୁଙ୍କ ପାଇଁ ଦୟଣା ଆସୁଥିବା ପରମ୍ପରା ରହିଛି ।ଚୈତ୍ର ଶୁକ୍ଳ ଦ୍ୱାଦଶୀ ତିଥିରେ ଗତ ରାତିରେ ପୁରୀ ମାର୍କଣ୍ଡେଶ୍ୱର ସାହି ତରଫରୁ ସମ୍ପନ୍ନ ହୋଇଛି ଶ୍ରୀରାମଙ୍କ ବନବାସ ନୀତି । ଜଗନ୍ନାଥ ବଲ୍ଲଭ ମଠ ପରିସରରେ ବନବାସ, କନ୍ଦର୍ପ ଓ ଅଧିବାସ ନୀତି ସମ୍ପନ୍ନ କରାଯାଇଥିଲା । ଆଜ୍ଞାମାଳ ପାଇ ରାମ, ଲକ୍ଷ୍ମଣ, ସୀତା ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିଥିଲେ ।ଜଗନ୍ନାଥ ସଂସ୍କୃତି ଅନୁସାରେ ପ୍ରଭୁ ଜଗନ୍ନାଥ ଆଜି ଜଗନ୍ନାଥ ବଲ୍ଲଭରେ ଦୟଣା ଚୋରି କରିଥିଲେ । ଦୟଣା ଓ ପୁଷ୍ପପ୍ରିୟ କାଳିଆ ସାଆନ୍ତଙ୍କ ଲାଗି ଏହି ନୀତି ପାଳନ ହୁଏ । ଜଗନ୍ନାଥ ବଲ୍ଲଭରୁ ଦୟଣା ଓ ସୁଗନ୍ଧିତ ପୁଷ୍ପ ଆଣି ଶ୍ରୀଜୀଉଙ୍କ ମସ୍ତକରେ ଲାଗି ହେବ । ସେପଟେ ଶ୍ରୀକ୍ଷେତ୍ରରେ ଜମୁଛି ସାହିଯାତ ।ଜଗନ୍ନାଥ ବଲ୍ଲଭରେ ନୀତି ସମ୍ପନ୍ନ ପରେ ରାମ, ଲକ୍ଷ୍ମଣ ଓ ସୀତା ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ପ୍ରତି ସନ୍ଧ୍ୟାରେ ମନ ମୋହୁଛି ବିଭିନ୍ନ ସାହିର ନାଗା ଆଖଡ଼ା । ସାହିଯାତ ହେଉଛି ପୁରୀର ପରିଚୟ । ଏହା ଶୌର୍ଯ୍ୟ ଓ ଭକ୍ତିର ଅନନ୍ୟ ଉଦାହରଣ । ଶ୍ରୀକ୍ଷେତ୍ରର ସାତ ସାହି ଆଖଡା ଏଥିପାଇଁ ପ୍ରସ୍ତୁତି କରିଥାଆନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!