ଭୁବନେଶ୍ୱର,୨୨।୪: ୨୪ ନିର୍ବାଚନକୁ ନେଇ ଓଡ଼ିଶାରେ ରାଜନୈତିକ ମାହୋଲ ବେଶ ସରଗରମ ରହିଛି । । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଆସନ୍ତା ୨୫ ତାରିଖ ଗସ୍ତ ପରେ ପରେ ଓଡ଼ିଶା ମୁହାଁ ହେବେ କେନ୍ଦ୍ରୀୟ ନେତା । ୨୮ ତାରିଖରେ କଂଗ୍ରେସ ନେତା ରାହୁଲ ଗାନ୍ଧି ସାଲେପୁର ଆସିବାକୁ ଥିବା ବେଳେ ତା’ ୪ ଦିନ ପୂର୍ବରୁ କିନ୍ତୁ ପ୍ରଚାର ଲଢ଼େଇକୁ ଡେଇଁବେ ସିଏମ୍ ନବୀନ । ଆସନ୍ତା ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନିଜ ପାରମ୍ପରିକ ସିଟ୍ ହିଞ୍ଜିଳିରୁ ପ୍ରଚାର ଅଭିଯାନ ଅନୁକୂଳ କରିବାର କାର୍ଯ୍ୟକ୍ରମ ରହିଛି ।ଏପ୍ରିଲ ୨୪ରେ ନବୀନ, ୨୫ରେ ଶାହ, ୨୮ରେ ରାହୁଲ । ରାଜ୍ୟ ପ୍ରଚାର ମୈଦାନରେ ଖୁବଶୀଘ୍ର ଆରମ୍ଭ ହୋଇଯିବ ଘମାଘୋଟ ଲଢ଼େଇ । ପ୍ରତିଶ୍ରୁତିର ବର୍ଷା ସାଙ୍ଗକୁ ଚାଲିବ ପରସ୍ପର ବିରୋଧରେ ଆଟାକ୍ କାଉଣ୍ଟର ଆଟାକର ପର୍ବ । ୨୫ରେ ସରୁଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ।ତା ପୂର୍ବରୁ ଅର୍ଥାତ୍ ୨୪ ତାରିଖରୁ ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ପ୍ରଚାରକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ପାରମ୍ପରିକ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ଆରମ୍ଭ କରିବେ ପ୍ରଚାର ଅଭିଯାନ । ମୁଖ୍ୟମନ୍ତ୍ରୀ ହିଞ୍ଜିଳିରେ ଏକ ସମାବେଶକୁ ସମ୍ବୋଧନ କରିବା ସହ ଶେରଗଡ଼ରେ ବି ଏକ ଜନସଭାକୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |