ଭୁବନେଶ୍ୱର,୨୨ା୪: ୨୦୨୪ ନିର୍ବାଚନ ପାଇଁ ଆଜି ଠାରୁ ବିଧିବଦ୍ଧ ଭାବେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୬ଷ୍ଠ ଥର ତାଙ୍କ ଦଳକୁ ଜିତାଇବା ପାଇଁ ଭୋଟ ମାଗିଛନ୍ତି। ଆଜି ପ୍ରଥମେ ସେ ସମରଝୋଳ ଓ ତା’ପରେ ଶେରଗଡ଼ରେ 5T ରୂପାନ୍ତରଣ ଗ୍ୟାରେଣ୍ଟି ନାଁରେ ଜନସଭା କରି ନିଜ ପାଇଁ ଓ ଦଳ ପାଇଁ ଭୋଟ୍ ମାଗିଛନ୍ତି।ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ଆଜି ବିଜେଡି ପ୍ରଚାରର ଶୁଭ ଦେଇଛନ୍ତି ନବୀନ। ହିଞ୍ଜିଳିର ଦୁଇଟି ସ୍ଥାନ ସମରଝୋଳ ଓ ଶେରଗଡ଼ରେ ଜନସଭାକୁ ସମ୍ବୋଧିତ କରି ଯୋଡ଼ି ଶଙ୍ଖ ବିକାଶର ପରିଚୟ କହି ଭୋଟ୍ ମାଗିଛନ୍ତି। ଏଥିସହ ହିଞ୍ଜିଳିରୁ ବିକାଶର ଜୟଯାତ୍ରା ଆରମ୍ଭ ହେଲା କହି ନିର୍ବାଚନୀ ସଭାମଞ୍ଚରୁ ବିରୋଧୀ ଦଳଙ୍କୁ ନିଶାନା କରିଛନ୍ତି।ଜନ ସମାବେଶରେ ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି ନବୀନ ପଟ୍ଟନାୟକ । ହିଞ୍ଜିଳିରୁ ଆରମ୍ଭ ହେଲା ବିଜେଡିର ଜୟ ଯାତ୍ରା । ଜନସାଧାରଣଙ୍କୁ ସମ୍ବୋଧନ କରି କହିଛନ୍ତି ‘ଆପଣଙ୍କ ସ୍ନେହ, ସମର୍ଥନ ପାଇଁ ଚିର ଋଣୀ’ , ‘ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର’, ‘ଏମାନଙ୍କ ପାଇଁ କାମ କରି ଚାଲିଛି, ଶେଷ ଯାଏଁ କରିବି’।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |