ରଥଯାତ୍ରା ପାଇଁ ପୁରୀରେ ପହଂଚିଲା ୩ୟ ପର୍ଯ୍ୟାୟ ରଥକାଠ

ପୁରୀ ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ ଅସନ, ୪୦ ଫୁଟିଆ ଧଉରା ରଥକାଠ ଆସି ପହଞ୍ଚିଛି।ଆସନ୍ତା ରଥଯାତ୍ରା ପାଇଁ ପ୍ରସ୍ତୁତ ହେଉଛି ପୁରୀ । ଭକ୍ତ ଓ ଭଗବାନଙ୍କ ମିଳନ ପାଇଁ ରଥ ନିର୍ମାଣ ପାଇଁ ଚାଲିଛି ପ୍ରସ୍ତୁତି । ଏହି କ୍ରମରେ ରଥଖଳାରେ ଆସି ପହଞ୍ଚିଛି ତୃତୀୟ ପର୍ଯ୍ୟାୟ ରଥକାଠ ।   ନୟାଗଡ଼ ମହିପୁର ଅଂଚଳରୁ ଆସିଛି ୨୫ଟି ରଥକାଠ । ରଥର ଗୟଳ, ଅଖ ଓ ଦଣ୍ଡା କାର୍ଯ୍ୟରେ ଲାଗିବ ରଥକାଠ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!